ବିଜେପି ପଦ୍ମପୁର ମଣ୍ଡଳ ପକ୍ଷ ର ସମାବେଶ ଅନୁଷ୍ଠିତ।

2

 ବାସୁଦେବପୁର -କେନ୍ଦ୍ର ରେ ଏଗାର ବର୍ଷ ଓ ରାଜ୍ୟ ରେ ଏକ ବର୍ଷ ସରକାର ଙ୍କ ସଫଳତା କୁ ନେଇ ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ମଣ୍ଡଳ ରେ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ମଣ୍ଡଳ ସଭାପତି ରତିକାନ୍ତ ଦଳାଇ ଙ୍କ ସଂଯୋଜନା ରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ ଜିଲ୍ଲା କୋଷାଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକ ଙ୍କ ସଭାପତିତ୍ବ ରେ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ବିଧାନ ସଭା ନେତା ବାଣୀ କଲ୍ୟାଣ ମହାନ୍ତି, ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ, ପୂର୍ବତନ ବିଧାନ ସଭା ପ୍ରାର୍ଥୀ ଅଶୋକ କୁମାର ସାହୁ, ଜିଲ୍ଲା ସଂଯୋଜକ ପ୍ରତାପ କୁମାର ନାୟକ, ବିଜେପି ର ନବ ନିର୍ବାଚିତ ଜାତୀୟ ପରିଷଦ ସଭ୍ୟ ଅନିଲ ବେହେରା, ନଗର ମଣ୍ଡଳ ସଭାପତି ଆଶୁତୋଷ ସାମଲ,ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସଫଳତା ଗୁଣ ଗାନ କରିଥିଲେ। ଏହି ଅବସର ରେ ପଦ୍ମପୁର ମଣ୍ଡଳ ରେ ବିଭିନ୍ନ ପଞ୍ଚାୟତ ରୁ ଶହ ଶହ ସଂଖ୍ୟାରେ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ଥିଲେ। ବିଜେପି ପଦ୍ମପୁର ମଣ୍ଡଳ ପକ୍ଷ ରୁ ରାଜା କୁମାର ନାୟକ, ଆଲୋକ ଜେନା, ଦୁଷ୍ମନ୍ତ ମଲ୍ଲିକ, ଅରୁଣ ଦତ୍ତ, ଆଶିଷ ରାଉତ, ସାମନ୍ତ ନାୟକ, ସିବା ବଳ ପ୍ରମୁଖ ଉପସ୍ଥିତ ରହି ସଫଳ କରାଇ ଥିଲେ।

Leave A Reply

Your email address will not be published.