ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ଅଭିଯୋଗରେ ଟିପିସିଓଡିଏଲ ଲାଇନ ମ୍ୟାନ ଅଟକ

5

ବାଣପୁର:(ସେକ କୌସର):ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଦ୍ୟୁତ ବିଭାଗ (ଟିପିସିଓଡିଏଲ) ରେ କାର୍ଯ୍ୟରତ ପୂର୍ଣ୍ଣଚନ୍ଦ୍ର ସେଠି ନାମକ ଜଣେ ଲାଇନମ୍ୟାନ ଚାର୍ଜ ହୋଇନଥିବା ଏକ ବିପିଏଲ ଟ୍ରାନ୍ସଫର୍ମର ଚୋରି କରୁଥିବା ଅଭିଯୋଗରେ ଗ୍ରାମବାସୀ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି।
ପ୍ରକାଶ ଥାଉକି, ବାଣପୁର ଥାନା ଅନ୍ତର୍ଗତ ବରଡ଼ି ଗ୍ରାମରେ ଏକ ୧୬ କେଭି ବିଦ୍ୟୁତ ଟ୍ରାନ୍ସଫରମର ଟ୍ରାଏଲ ପାଇଁ ଥିବାବେଳେ ସେଥିରେ ବିଦ୍ୟୁତ ଚାର୍ଜ ହୋଇନଥିଲା। ଉକ୍ତ ଟ୍ରାନ୍ସଫର୍ମର ପୋଷ୍ଟଟି ଗ୍ରାମର ଅନତି ଦୂରରେ ଥିବା ପାହାଡ଼ ନିକଟରେ ଥିବାର ସୁଯୋଗ ନେଇ ପୂର୍ଣ୍ଣଚନ୍ଦ୍ର ଅନ୍ୟ ଦୁଇଜଣଙ୍କୁ ଧରି ଖୋଲୁଥିବା ବେଳେ ଗ୍ରାମର ଯୁବକମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ କାବୁ କରିଥିଲେ। କିନ୍ତୁ ଅନ୍ୟ ଦୁଇଜଣ ଖସି ଚାଲିଯାଇଥିଲେ।ପୂର୍ଣ୍ଣଙ୍କୁ କାବୁକରି ଗ୍ରାମବାସୀ ବାଣପୁର ଥାନାରେ ହସ୍ତାନ୍ତର କରିଥିବା ବେଳେ ପୋଲିସ ଏହାର ତଦନ୍ତ ଜାରି ରଖିଛି। ତେବେ ଏ ନେଇ ଟିପିସିଓଡିଏଲ ବାଲୁଗାଁ ଏସଡିଓ ଦିଲ୍ଲୀପ ମାଝୀ ଙ୍କୁ ପଚାରିବାରୁ ଉକ୍ତ ଘଟଣାର ତଦନ୍ତ ରିପୋର୍ଟ ଖୁବଶୀଘ୍ର ଦେବା ପାଇଁ ଜେଇଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।

Leave A Reply

Your email address will not be published.