ପୁଣି ବଡ଼ରମା ଘାଟିରେ ଦୁର୍ଘଟଣା, ଚିନ୍ତା ବଢ଼ାଉଛି ଦୈନନ୍ଦିନ ଦୁର୍ଘଟଣା

5

ଜମନକିରା ୨୯। ୬(ଲିପନ ନାଏକ): ଜମନକିରା ଥାନା ୫୩ନମ୍ବର ଜାତୀୟ ରାଜପଥ ବଡ଼ରମା ଘାଟିରେ ରବିବାର ଅପରାହ୍ନରେ ଏକ ଘରୋଇ ବସ ଏବଂ କଣ୍ଟେନର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। କୁଚିଣ୍ଡା ରୁ ସମ୍ବଲପୁର ଯାଉଥିବା ନୀଲାଞ୍ଚଲ ବସ ରେଜିଷ୍ଟେସନ ନମ୍ବର ଓଡି ୧୫ଜି ୫୪୫୫ ଗାଡ଼ି ସହିତ ବିପରୀତ ଦିଗରୁ ଆସୁଥିବା କଣ୍ଟେନର ରେଜିଷ୍ଟେଶନ ନମ୍ବର ଏନଏଲ ୦୧ ଏଡ଼ି ୪୧୯୮ ସହିତ ବଡ଼ରମା ଘାଟି ବୁଲାଣିରେ ଧକ୍କା ହୋଇଥିଲା। ଧକ୍କା ଫଳରେ ବସ ଚାଳକଙ୍କ ଗୋଡ଼ରେ ଆଘାତ ହୋଇ ଗୁରୁତର ଥିବା ବେଳେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୪ ରୁ ୫ ଜଣ ସାମାନ୍ୟ ଆହତ ହୋଇଥିଲେ। ଦୁର୍ଘଟଣା ଖବର ପାଇ ଜମନକିରା ଅଗ୍ନିଶମ ବିଭାଗୀୟ ଅଧିକାରୀ ଏବଂ ଜମନକିରା ଆଇ.ଆଇ.ସି ଙ୍କ ତତ୍ୱାବଧାନରେ ଜମନକିରା ପୋଲିସର ଏକ ଟିମ ଘଟଣା ସ୍ଥଳକୁ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା କୁ ପ୍ରାଥମିକ ଚିକିତ୍ସା ପାଇଁ ପଠାଇଥିଲେ। ଦୁର୍ଘଟଣା ଫଳରେ ରାସ୍ତା ଯାମ ହୋଇଥିବାରୁ ପୋଲିସ ପକ୍ଷରୁ ଯାମ ନିୟନ୍ତ୍ରଣ କରି ଯାତାୟତ ସାମାନ୍ୟ କରିଥିଲେ। ହେଲେ ଜମନକିରା ଠାରୁ ଗୌଡ଼ପାଲି ପର୍ଯନ୍ତ ରାସ୍ତା ସଂକୀର୍ଣ୍ଣ ଥିବାରୁ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନି ହେଉଥିବା ବେଳେ ପ୍ରଶାସନ ବିହିତ ପଦକ୍ଷେଫ ନେଇ ଏହି ରାସ୍ତା କୁ ଚାରିଥାକୀୟା ରାସ୍ତାରେ ପରିଣତ କରାଯାଉ।

Leave A Reply

Your email address will not be published.