
ବାଣପୁର:(ସେକ କୌସର):ଓଡ଼ିଶା ପ୍ରସିଦ୍ଧ ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିରରେ ଅଭାବନୀୟ ଘଟଣା ଘଟିଯାଇଛି। ମନ୍ଦିର ସେବାୟତ-ସେବାୟତ ମଧ୍ୟରେ ମାରପିଟ ଯୋଗୁଁ ଜଣେ ସେବାୟତ ଗୁରୁତର ହୋଇଛନ୍ତି। ଏ ନେଇ ବାଣପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଜଣେ ସେବାୟତ ଅଟକ ଥିବା ଜଣାପଡିଛି।ପୋଲିସ ସୂଚନା ମୁତାବକ ଆଜି ଅପରାହ୍ନରେ ମା’ ଭଗବତୀ ମନ୍ଦିର ପରିସରରେ ସେବାୟତ କୈଳାଶ ଭୋପା ଅନ୍ୟ ଜଣେ ସେବାୟତଙ୍କୁ କୌଣସି କାରଣବଶତଃ ଗାଳି ଗୁଲଜ କରୁଥିଲେ। ଉକ୍ତ ସମୟରେ ସେବାୟତ ପବିତ୍ର କୁମାର ନାୟକ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ କୈଳାଶ ପବିତ୍ରଙ୍କ ମୁଣ୍ଡକୁ ଏକ କ୍ରିକେଟ ବ୍ୟାଟରେ ଶକ୍ତ ପ୍ରହାର ଦେବାରୁ ଘଟଣାସ୍ଥଳରେ ପବିତ୍ର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟଳି ପଡ଼ିଥିଲେ।
ସଙ୍ଗେସଙ୍ଗେ ଗୁରୁତର ପବିତ୍ରଙ୍କୁ ବାଣପୁର ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ଏ ନେଇ ଥାନାରେ ଉଭୟ ପକ୍ଷଙ୍କ ପକ୍ଷରୁ ଦୁଇ ଗୋଟି ଏତଲା ଦିଆଯାଇଥିବା ବେଳେ ପୋଲିସ ଅଭିଯୁକ୍ତ ସେବାୟତ କୈଳାଶ ଭୋପାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।ସୂଚନା ଥାଉକି ମା’ ଭଗବତୀ ମନ୍ଦିରରେ ସେବାୟତଙ୍କ ବିରୁଦ୍ଧରେ ନାନା ସମୟରେ ଏପରି ବିଭିନ୍ନ ଅଭିଯୋଗ ହୋଇଆସୁଛି। ମଦ୍ୟପାନ କରିବା, ଭକ୍ତଙ୍କୁ ଦୁର୍ବ୍ୟବହାର କରିବା, ମାରପିଟ କରିବା, ମନ୍ଦିର ପରିସରରେ ଅଶାନ୍ତି ବାତାବରଣ ସୃଷ୍ଟି କରିବା ଆଦି ଅନେକ ଦୃଷ୍ଟାନ୍ତ ରହିଛି।ତେବେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏ ଦିଗରେ ଶ୍ରୀ ଦକ୍ଷେଶ୍ୱର-ଭଗବତୀ ଦେଵାତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସଭାପତି ତଥା ସ୍ଥାନୀୟ ତହସିଲଦାର କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହେଉଛି। ଖୋର୍ଦ୍ଧା ଜିଲ୍ଲାପାଳ ଉକ୍ତ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବା ସହ ସେବାୟତଙ୍କ ମଧ୍ୟରେ ସଂସ୍କାର ଆଣିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି
Sign in
Sign in
Recover your password.
A password will be e-mailed to you.