କୁଚିଣ୍ଡା :୨୮/୬: କୁଚିଣ୍ଡା ବ୍ଲକ। କୁଟୁରାଚୁଆଁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପଙ୍କଜିନୀ ନାୟକ ଚଳିତ ବର୍ଷର ପ୍ରକୃତି ବନ୍ଧୁ ପୁରସ୍କାର ଲାଭ କରିଛନ୍ତି । ଆଜି ସକାଳେ ସମ୍ବଲପୁର ସହର ଉପକଣ୍ଠର ପୋତ୍ତାପାଲି ନିକଟସ୍ଥ ଜଙ୍ଗଲ ପରିସର ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଶ୍ରୀମତୀ ନାୟକ ଙ୍କୁ ଏକ ମାନପତ୍ର ଓ ଦଶହଜାର ଟଙ୍କାର ଚେକ୍ ଅର୍ଥରାଶି ଦେଇ ସମ୍ମାନିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସରକାର ଙ୍କ ଉଚ୍ଚ ଶିକ୍ଷା ,ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶୂନ୍ୟ ବଂଶୀ ସୁରଜ କୁମାର ଓ ଝାରସୁଗୁଡ଼ା ବିଧାୟକ ଟଙ୍କ ଧର ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିବାରେ ସହଯୋଗ କରିଥାଏ ।ଅତିଥି ଗଣ ତାଙ୍କ ଭାଷଣରେ ସମ୍ବଲପୁର ମହା ନଗର ନିଗମ ତାହା ସମଗ୍ର ଜିଲ୍ଲାରେ ଚଳିତ ବର୍ଷ ଏକ ଲକ୍ଷ ଚାରା ରୋପଣ କରି ତାକୁ ବଞ୍ଚାଜିବ ସହ ସବୁଜ ସୁନ୍ଦର ସମ୍ବଲପୁର କରାଯିବାକୁ ଆହ୍ବାନ ଦେଇଥିଲେ ।ସମ୍ବଲପୁର ଜିଲ୍ଲାରେ ଚଲିତ ବର୍ଷ ମାତ୍ର ଦୁଇ ମହିଳା ପ୍ରକୃତିବନ୍ଧୁ ପୁରସ୍କାର ପାଇ ଥିଲେ । ଅନ୍ୟ ମହିଳା ଜଣକ ଯେମା ମେହେର ହୋଇ ଥିବା ବେଳେ ପଙ୍କ ଜିନୀ କୁଚିଣ୍ଡା ଉପଣ୍ଡରୁ ଏକମାତ୍ର ପୁରସ୍କୃତ ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ଦଶ ହଜାର ଚାରା ରୋପଣ ହୋଇ ଥିଲ ।ଏହି କାର୍ଯ୍ୟକ୍ରମରେ ଡି ଏଫ୍ ଓ କୁଲୁଙ୍ଗେ ଗୌରବ ଓମେନ୍ ସଭାପତିତ୍ବ କରିଥିବା ବେଳେ ଶେଷରେ ଏ ସି ଏଫ୍ ରାଜଶ୍ରୀ ତିର୍କି ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post