ବାସୁଦେବପୁର ବ୍ଲକ ଏଡ଼ତାଳ ପଞ୍ଚାୟତର ଉରୁଣିଆ ଗ୍ରାମରେ ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ଝରଣା ଦାମୋଦର ପାଠାଗାର ଉଦଘାଟିତ ହୋଇଯାଇଛି। ପାଠାଗାର ଆନ୍ଦୋଳନର ଅନ୍ୟତମ ଯୁବପ୍ରତିଭା ବିକାଶ କୁମାର ଶତପଥୀ ଏହି ପାଠାଗାରକୁ ଫିତା କାଟି ଉଦଘାଟନ କରିବା ସହିତ ଗ୍ରାମାଞ୍ଚଳରେ ପାଠାଗାର ସ୍ଥାପନ ହେଲେ ପାଠକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ପାଠାଗାର ପରିସରରେ ପାଠ ପାଠକ ଓ ପାଠାଗାର ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ସୁଦର୍ଶନ ଅଗସ୍ତି,ସୁଧାଂଶୁ ଶେଖର ମିଶ୍ର, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ,ପଣ୍ଡିତ ନରେନ୍ଦ୍ର ତ୍ରିପାଠୀ,ପଣ୍ଡିତ ଦୟାନିଧି ଦାଶ,ତପନ ମିତ୍ର, ପଦ୍ମଭୂଷଣ ସାହୁ, ଅଭିମନ୍ୟୁ ମିଶ୍ର, ବୈକୁଣ୍ଠ ଦାସ, ଶଶାଙ୍କ ଶେଖର ସାହୁ ପ୍ରମୁଖ ଯୋଗ ଦେଇ ଆଜିର ପ୍ରଯୁକ୍ତିବିଦ୍ୟା ଯୁଗରେ ମଣିଷ ବହିଠାରୁ ଦୂରେଇ ଯାଉଥିବା ବେଳେ ଏହି ପାଠାଗାର ପୁସ୍ତକ ମାଧ୍ୟମରେ ପାଠକମାନଙ୍କୁ ଧରି ରଖିବାରେ ବଳିଷ୍ଠ ମାଧ୍ୟମ ସାଜିବାର ଆଲୋଚକମାନେ ଆଶାପୋଷଣ କରିଥିଲେ। ପାଠାଗାରର ପ୍ରତିଷ୍ଠାତା ସମ୍ପାଦକ ତଥା ସଂଚାଳକ ସଦାନନ୍ଦ ପାଣିଗ୍ରାହୀ ପୁସ୍ତକ କେବଳ ଆଳମିରାରେ ସାଇତା ହୋଇ ରହିବ ନାହିଁ ବରଂ ପାଠକ ସୃଷ୍ଟି କରିବା ପାଇଁ ଏହା ନିରନ୍ତର କାର୍ଯ୍ୟ କରିବ ବୋଲି ମତବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ସ୍ଥାନୀୟ ଅଞ୍ଚଳର ବହୁ ପୁସ୍ତକପ୍ରେମୀ ସାମିଲ ହୋଇଥିଲେ।ପାଠାଗାର ଉଦଘାଟନରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post