ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ ପଦ୍ମପୁର ସମେତ ବିଭିନ୍ନ ଅଞ୍ଚଳରେ ପରିଲକ୍ଷିତ ହୋଇଛି। ବନ୍ଦ ଯୋଗୁ ବସ, ଅଟୋ ଚଳାଚଳ ସହ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଯାତ୍ରୀମାନେ ନାନା ଅସୁବିଧାରେ ପଡ଼ିଛନ୍ତି। ପଦ୍ମପୁର ଭେଉଁରିଆ ଛକରେ କଂଗ୍ରେସ ଟାଉନ ସଭାପତି ସନ୍ତୋଷ ଶତପଥୀଙ୍କ ନେତୃତ୍ୱରେ ପ୍ରଦୀପ ସାହୁ ଟାଉନ କଂଗ୍ରେସ ସମ୍ପାଦକ,ଦିଲ୍ଲୀପ ଦାନୀ ପୂର୍ବତନ ସଭାପତି,ଅରୁଣ ଦାନୀ ପି ସି ସି ସଦସ୍ୟ, ମନୋରଞ୍ଜନ ସିଂ ବରିହା ଆଦିବାସୀ ସେଲ ଉପସଭାପତି, ପ୍ରଦୀପ ବେହେରା ବ୍ଲକ ସଭାପତି, ଅକ୍ଷୟ ସାହୁ, ମୌସୁମୀ ସାହୁ, ଜିତେଶ୍ବରୀ ଦାଶ, ଆନନ୍ଦ ପାତ୍ର, ପ୍ରକାଶ ପଟେଲ, ମୋହିତ ମାଝୀ, ଅଙ୍କଜ ସାହା, ଧୀରେନ୍ଦ୍ର ସାହା, ଧୀରେନ୍ଦ୍ର ନାୟକ, ଘନଶ୍ୟାମ ସାହୁ, ପ୍ରବୀଣ ରଥ, ମୁଜାଫର ହୁସେନ,ସଞ୍ଜୀବ ବହିଦାର, ହରେକୃଷ୍ଣ କୁମ୍ଭାର, ପିଣ୍ଟୁ ପ୍ରଧାନ, ପବିତ୍ର ନାଥ, ରାମନିବାସ ସାହୁଙ୍କ ସମେତ ଦଳୀୟ କର୍ମୀମାନେ ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଗାଡ଼ି ଅଟକି ରହିଛି ।

ବନ୍ଦ ଯୋଗୁ ଘରୋଇ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ କଲେଜ ବେଙ୍କ, ସରକାରୀ ଅଫିସ ବନ୍ଦ ରହିଥିଲା। MMDR ବିଲ ପ୍ରତ୍ୟାହାର, CECଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ସଂଶୋଧନ ସମେତ ବିଭିନ୍ନ ଦାବି ନେଇ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।