ବାସୁଦେବପୁର: ବାସୁଦେବପୁର ବ୍ଲକର ଏଡତାଳ ରେ ଥିବା ପାବନକ୍ଷେତ୍ର ଶ୍ରୀଜଗନ୍ନାଥମନ୍ଦିର ପ୍ରାଙ୍ଗଣରେ ପବିତ୍ର ରଥଯାତ୍ରା ଉପଲକ୍ଷେ ଏକ ଆଧ୍ୟାତ୍ମିକ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ସାହିତ୍ୟ ସଂସ୍କୃତି ପରିଷଦ କମାରଗାଆଁ ର କର୍ମକର୍ତ୍ତାମାନେ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ କରି ଏହି ଉତ୍ସବ ଆୟୋଜନ କରିଥିଲେ। ସାହିତ୍ୟିକ ସୁଦର୍ଶନ ଅଗସ୍ତିଙ୍କ ସଭାପତିତ୍ବରେ ଆଲୋଚକ ଭାବେ ପଣ୍ଡିତ ଦୟାନିଧି ଦାଶ, ଶିକ୍ଷାବିତ୍ ଭଗବାନ ମିଶ୍ର,ସନାତନ ପାଣିଗ୍ରାହୀ, ସୁଧାଂଶୁ ଶେଖର ମିଶ୍ର ଓ ଦିନବନ୍ଧୁ ପାଢ଼ୀ ପ୍ରମୁଖ ଯୋଗ ଦେଇ ଶ୍ରୀଗୁଣ୍ଡିଚାଜାତ ର ମହିମା ସହିତ ଆଧ୍ୟାତ୍ମିକ ଚିନ୍ତନ ଓ ଭକ୍ତି ମଣିଷକୁ ନମ୍ରତା ଓ ସଂସ୍କାର ଶିଖାଇଥାଏ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ମନ୍ଦିର ତଥା ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ସଂଗ୍ରାହକ ତଥା ବାଇଚଢେଇର ସମ୍ପାଦକ ବିକାଶ କୁମାର ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ସଦାନନ୍ଦ ପାଣିଗ୍ରାହୀ ଓ ରତ୍ନାକର ପଣ୍ଡାଙ୍କ ସଂଯୋଜନାରେ ବହୁ କବି ସ୍ବରଚିତ କବିତା ପାଠ କରିଥିଲେ। ମନ୍ମଥ କୁମାର ଅଗସ୍ତି ଅତିଥି ପରିଚୟ ଓ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଶଶାଙ୍କ ଶେଖର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶେଷରେ ମହାପ୍ରଭୁଙ୍କୁ ଖିଚୁଡ଼ି ଅନ୍ନ ନୈବେଦ୍ୟ ଲାଗିବା ପରେ ଶଙ୍ଖ,ଘଣ୍ଟା,ହୁଳହୁଳି ରେ ବହୁ ଭକ୍ତଙ୍କ ଗହଣରେ ରଥଯାତ୍ରା ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post