ବାସୁଦେବପୁର ବିଭିନ୍ନ ସ୍ଥାନ ରେ ରଥ ଯାତ୍ରା ଅନୁଷ୍ଠିତ।

4

  ବାସୁଦେବପୁର -ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ମନ୍ଦିର ରେ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଶାନ୍ତି ଶୃଙ୍ଖଳା ର ସହ ପ୍ରଭୁ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ରଥ ଟଣା କାର୍ଯ୍ୟ ସମାପନ ହୋଇଛି । ବାଲି ନଗର ସ୍ଥିତ ମାଉସୀ ମା ମନ୍ଦିର କୁ ପ୍ରଭୁ ଙ୍କୁ ନିଆ ଯାଇଛି। ଶହ ଶହ ସଂଖ୍ୟାରେ ଭକ୍ତ ମାନଙ୍କ ଗହଳ ଚହଳ ଲାଗି ରହିଥିଲା। ସେହିପରି ଜଗନ୍ନାଥ ପ୍ରସାଦ ପଞ୍ଚାୟତ ମିଶ୍ର ପୁର ଠାରେ ମଧ୍ୟ ପ୍ରଭୁ ଜଗନ୍ନାଥ ,ବଳଭଦ୍ର ଦେବୀ ମା ସୁଭଦ୍ରା ରଥ କୁ ବିଜେ କରିଥିଲେ। ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ ଶାନ୍ତି ଶୃଙ୍ଖଳା ର ସହ ମାଉସୀ ମା ମନ୍ଦିର କୁ ନେଇଛନ୍ତି ଭକ୍ତ ମାନେ। ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଜୟ ଜଗନ୍ନାଥ ଧ୍ବନି ରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଯାଇଛି। ସେହିପରି ବାସୁଦେବପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର, ଏଡତାଳ, କରଞ୍ଜଆଡ଼ିଆ, ଗୋବିନ୍ଦ ପୁର, ଇରମ, ବେତଡ଼ା, ବରଣ୍ଡୁଆ,ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ କଳ୍ପତରୁ ଆଶ୍ରମ ରେ ମଧ୍ୟ ଶାନ୍ତି ଶୃଙ୍ଖଳା ର ସହ ରଥ ଟଣା କାର୍ଯ୍ୟ ସମାପନ ହୋଇ ଯାଇଛି। ଭକ୍ତ ମାନଙ୍କ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଶହ ଶହ ସଂଖ୍ୟାରେ ଭକ୍ତ ମାନେ ଉପସ୍ଥିତ ରହି ଥିବାର ଦେଖା ଯାଇଛି।

Leave A Reply

Your email address will not be published.