କଂଗ୍ରେସ ଦଳ ପକ୍ଷରୁ ଓଡିଶା ବନ୍ଦ ସଫଳ: କଂଗ୍ରେସ

10

କେନ୍ଦୁଝର: ଆଜି ଏମଏମଡିଆର ଆକ୍ଟ ବିଲ ପ୍ରତ୍ୟାହାର, ଭୋଟ ଚୋର ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା, ରାଜ୍ୟ ସରକାରରେ ବହି ତ୍ରୁଟି ମୁଦ୍ରଣକୁ ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ୟୁପିଆଇ ପେମେଣ୍ଟରେ ୪% ରାହାତି ବୃଦ୍ଧିକୁ ନେଇ କଂଗ୍ରେସ ଦଳ ଓଡିଶା ବନ୍ଦ ଡାକରା ଦେଇଛ l ଏହି ଆଧାରରେ କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ କମିଟି ସାରା ଜ଼ିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି l କେନ୍ଦୁଝର ସହରରେ ଗାନ୍ଧୀ ଛକ, ଲାବଣ୍ୟ ଛକ, ସିରାଜୁଦ୍ଦିନ ଛକ ସହିତ ବିଭିନ୍ନ ସ୍ଥାନରେ ବନ୍ଦ ଓ ବିକ୍ଷୋଭ ଯୁବ କଂଗ୍ରେସ ପକ୍ଷରୁ କରାଯାଇଥିଲା l ଆଜି ରାଜ୍ୟ କଂଗ୍ରେସ ସମ୍ପାଦକ ସଂଗ୍ରାମ ଦାସଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ସହରରେ ବନ୍ଦ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ଜ଼ିଲ୍ଲା ଉପସଭାପତି ଲଳିତ ମୋହନ ନାୟକ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ସୁଢଳ କୁମାର ସେଠି, ରତ୍ନାକର ଜେନା, ରସାନନ୍ଦ ଜେନା,କେନ୍ଦୁଝର ସଦର ଯୁବ କଂଗ୍ରେସ ସଭାପତି ସୌମ୍ୟରଞ୍ଜନ ରାଉତ, ଯୁବ କଂଗ୍ରେସ ନେତା ଆନନ୍ଦ ମାଝୀ, ବ୍ୟାସଦେବ ବେହେରା, ଲଳିତ ପ୍ରଧାନ, ଶିଶିର କର,ମାନସ ବେହେରା, ନାଣ୍ଡୁ ରାଉତ, ସଂଗ୍ରାମ ବେହେରା, ଅଭିଜିତ ବେହେରା, ଦୀନେଶ ରାଉତ, ସନତ ପାଢ଼ୀ, ଅମିତ ରାଉତ ପ୍ରମୁଖ ବନ୍ଦ କରିଥିଲେ l

Leave A Reply

Your email address will not be published.