ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୫/୬/୨୦୨୫ ଠାରୁ ୨୭/୬/୨୦୨୫ ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ଜି ଏମ୍ ସି ବାଲାୟୋଗୀ ଇନଡୋର ଷ୍ଟାଡିୟମ ଠାରେ ଜାତୀୟ ସ୍ତରୀୟ ଓପନ ଡାଇକୋଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ତାଇକୋନ୍ଡୁ ପ୍ରତିଯୋଗିତା ତେଲେଙ୍ଗାନା ତାଇକୋନଡୁ ଏସୋସିଏସନ ଦ୍ବାରା ଆୟୋଜନ କରଯାଇଥିଲା। ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ସମୁଦାୟ ପ୍ରାୟ ୯୮୯ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ।
ଗଜପତି ଜିଲ୍ଲା ର ଜିଲ୍ଲା ଟାଇକୋନ୍ଡୁ ଅନୁଷ୍ଠାନରୁ ମୋଟ ୧୩ ଜଣ ପ୍ରତିଯୋଗୀ ( ୬ ବାଳିକା ଓ ୭ ବାଳକ) ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ମୁଖ୍ଯତଃ ଦୁଇଟି ବିଭାଗରେ ହୋଇଥିଲା। ଗୋଟିଏ କ୍ଯୋରୁଗି ଓ ଅନ୍ୟଟି ପୁମସେ।
ଏଥିରେ ଗଜପତି ଜିଲ୍ଲା ତାଇକୋନଡୁ ଏକାଡେମୀର ଏଲ୍. ନିହାଲ କ୍ଯୋରୁଗିରେ – ରୌପ୍ୟ ଓ ପୁମସେ -ସ୍ବର୍ଣ୍ଣ ,ଏଲ୍. ପ୍ରେମ କୁମାର ପୁମସେରେ – କାଂସ୍ଯ , ଅନୁକମ୍ପ ମଲ୍ଲିକ କ୍ଯୋରୁଗିରେ – କାଂସ୍ଯ ଓ ପୁମସେରେ – ରୌପ୍ଯ , ଧ୍ରୁବ ଜେନା କ୍ଯୋରୁଗିରେ – ରୌପ୍ଯ , ଭୁବନାନନ୍ଦ ଭୂୟାଁ କ୍ଯୋରୁଗିରେ – କାଂସ୍ୟ ଓ ପୁମସେରେ – କାଂସ୍ଯ , ନେତାଜୀ ପାତ୍ର କ୍ଯୋରୁଗିରେ – ରୌପ୍ଯ , ବର୍ଷିତା ଦାସ କ୍ଯୋରୁଗିରେ – ରୌପ୍ଯ ଓ ପୁମସେରେ – କାଂସ୍ଯ , ପ୍ରିୟାଲି ରାଣୀ ଦାସ କ୍ଯୋରୁଗିରେ ରୌପ୍ଯ , ସୁବର୍ଣ୍ଣା ସାହୁ କ୍ଯୋରୁଗିରେ – ସ୍ବର୍ଣ୍ଣ ଓ ପୁମସେରେ – କାଂସ୍ଯ , ପି. ସାଇସ୍ମିତା କ୍ଯୋରୁଗିରେ – କାଂସ୍ଯ ଓ ପୁମସେରେ – ସ୍ବର୍ଣ୍ଣ , ଅନୁଶ୍ରୁତା ମଲ୍ଲିକ କ୍ଯୋରୁଗିରେ – ରୌପ୍ଯ ଓ ପୁମସେରେ – ରୌପ୍ଯ ପାଇ ଜିଲ୍ଲା ପାଇଁ ଗୌରବ ଆଣଛନ୍ତି।
ଏ ନେଇ ଗଣମାଧ୍ୟମକୁ ଲିଖିତ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲା ଟାଇକୋନ୍ଡୁ ଏକାଡେମୀ ର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର।
Sign in
Sign in
Recover your password.
A password will be e-mailed to you.