ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୩୩ତମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ଓ ପୂର୍ଣ୍ଣାବୟବ ଵ୍ରୋଞ୍ ପ୍ରତିମୂର୍ତ୍ତି ଅନାବରଣ ।

1

ନୟାଗଡ଼(ବିଶ୍ୱଜିତ ନାୟକ) :- ଆଜି ଓଡ଼ିଶାର ପ୍ରଥିତଯଶା ବରେଣ୍ୟ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ପୂର୍ଣ୍ଣାବୟବ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଵ୍ରୋଞ୍ ପ୍ରତିମୂର୍ତ୍ତି ଅନାବରଣ ତଥା ୩୩ ତମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ‌ଆଜି ଅପରାହ୍ନ ୪.୩୦ମିନିଟ ସମୟରେ ପଠାଣି ସାମନ୍ତ ସସ୍କୃତି ଭବନ, ନୟାଗଡ଼ ପରିସର ମଧ୍ୟରେ ଓଡ଼ିଶା ସରକାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ସାରସ୍ଵତ ଉତ୍ସବରେ ମୁଖ୍ୟବକ୍ତା ମୂଖ୍ୟ ଅତିଥି ମାନ୍ୟବର ବିଧାୟକ ନୟାଗଡ଼ ଡ଼ ଅରୁଣ କୁମାର ସାହୁ/ ସମ୍ମାନିୟ ଅତିଥି ଭାବେ ମାନ୍ୟବର ବିଧାୟକ, ଦଶପଲ୍ଲା, ରମେଶ ଚନ୍ଦ୍ର ବେହେରା, ସମ୍ମାନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ ଦେବାଶିଷ ପଟ୍ଟନାୟକ, ସମ୍ମାନୀୟ ଅଧ୍ୟକ୍ଷା, ମୁନିସିପାଲିଟି, ନୟାଗଡ଼ ନିରୁପମା ଖଟେଇ , ଏବଂ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପାଧ୍ୟକ୍ଷ ,ମୁନିସିପାଲିଟି, ନୟାଗଡ଼, ଗୁରୁ ପ୍ରସାଦ ଜେନା,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଜାତା କୁମାରୀ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ଯୋଗଦେଇଥିଲେ। ଏଥିରେ ପ୍ରାରମ୍ଭିକ ସଙ୍ଗୀତ କଣ୍ଠଶିଳ୍ପୀ ରଜନୀକାନ୍ତ ମହାପାତ୍ର ଆବାହନ ସଙ୍ଗୀତ ପରିବେଷଣ କରିଥିଲେ ।ଉପ-ଜିଲ୍ଲାପାଳ କର୍ଣ୍ଣ ଦେବ ସମାଦାର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.