ଜଗତସିଂହପୁର,ତା-୨୬.୦୬.୨୦୧୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ,ସମାଜ ଦୈନିକ ଖବରକାଗଜର ପ୍ରତିଷ୍ଠାତା, ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି।
ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ବିଧାୟକ ଅଶୋକ କୁମାର ଦାସ ପୁଷ୍ପମାଲ୍ୟ ଅର୍ପଣ ପୂବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କଂଗ୍ରେସ କର୍ମକର୍ତ୍ତା ସୁଧାଂଶୁ ଶେଖର ଦେଓ,ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ନଳିନୀ କୁମାର ସ୍ବାଇଁ,ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା ପରିଷଦ ସଭ୍ୟ ପିନାକୀ ନାରାୟଣ ଦାସ, ବରିଷ୍ଠ କଂଗ୍ରେସ ନେତା ମାଗୁଣି ଜେନା,ନଗର କଂଗରେସ ସଭାପତି ଅଭୟ କୁମାର ମହାନ୍ତି , ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ଜିଲ୍ଲ କଂଗ୍ରେସ ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ଇମତିୟାଜ ଅହମ୍ମଦ ଖାଁ , ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଯୁବ କଂଗ୍ରେସ ନେତା ସୌମ୍ୟରଞ୍ଜନ ମହାନ୍ତି,ଇଂ ଜ୍ଞାନ ରଞ୍ଜନ ଜେନା, ସରୋଜ ମହାପାତ୍ର, ସୁକାନ୍ତ ମହାପାତ୍ର, ଆର୍ଶୀବାଦ ତ୍ରିପାଠୀ, ଦୀପକ୍ କୁମାର ପାଲ, ପ୍ରମୁଖ ଯୋଗଦେଇ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.