ସାର୍ବଜନୀନ ଦୁର୍ଗାପୂଜା କମିଟି ର ସାମ୍ବାଦିକ ସମ୍ମିଳନୀ।

9


ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ଦୁର୍ଗାପୂଜା କମିଟି କାର୍ଯ୍ୟାଳୟ ଠାରେ ସଭାପତି ଶ୍ରୀ ପ୍ରତାପ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶ୍ରୀ ମିଶ୍ର ସମସ୍ତ ସାମ୍ବାଦିକ ଙ୍କୁ ସ୍ୱାଗତ ଜଣେଇ, ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା ମହା ଆଡମ୍ବର ସହକାରେ ଶାନ୍ତିଶୃଙ୍ଖଳା ସହ କିପରି ଅନୁଷ୍ଠିତ ହେବ ତା ଉପରେ ସୂଚନା ଦେଇଥିଲେ।ପରେ ଉପ-ସଭାପତି ଶ୍ରୀ ଅଜିତ ଶତପଥି ଚଳିତ ବର୍ଷ ଦୁର୍ଗାପୂଜା ର ସମସ୍ତ କାର୍ଯ୍ୟକ୍ରମ ର ରୂପରେଖ ଉପସ୍ଥାପନ କରିଥିଲେ। ସେ, କହିଥିଲେ ଯେ ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସମସ୍ତ, ସାଜଶଯ୍ୟା, ପୂଜାମଣ୍ଡପ ର ସାଜଶଯ୍ୟା, ଲାଇଟ ଡେକୋରେସନ, ଅପେରା, ସୂର୍ଯ୍ୟ ମନ୍ଦିର ଓ ସାବିତ୍ରୀ ଗଣନାଟ୍ୟ, ମିନାବଜାର, ରାବଣ ଦରବାର, ରାମଲୀଳା, ଦଣ୍ଡ ନୃତ୍ୟ, ରାଜ୍ୟ ତଥା ରାଜ୍ୟ ବାହାରୁ ନୃତ୍ୟ ଦଳ, ଅରକେଷ୍ଟ୍ରା, ରାବଣ ପୋଡି, ଆତସବାଜି ପ୍ରଦର୍ଶନ ତଥା ପଶ୍ଚିମ ଓଡିଶା ର ନିଆରା ପରମ୍ପରା ଓ ପଶ୍ଚିମ ଓଡିଶା ର ବିଖ୍ୟାତ ସାରା ଓଡ଼ିଶାରେ ସୁଖ୍ୟାତି ଅର୍ଜନ କରିଥିବା ଚାନ୍ଦମାରି ପ୍ରଥା ପାଇଁ ଅଧିକ ବଜେଟ ବଢ଼ାଯାଇଥିବା ଉଲ୍ଲେଖ କରିଥିଲେ। ଆସନ୍ତା ତା. ୧୨. ୧୦. ୨୦୨୬ ରୁ ୧୬. ୧୦. ୨୦୨୬ ପର୍ଯ୍ୟନ୍ତ ସୂର୍ଯ୍ୟ ମନ୍ଦିର ଅପେରା ସହିତ ମିନାବଜାର ଆରମ୍ଭ ହେବ। ତା. ୧୭. ୧୦. ୨୦୨୬ ଅପରାହ୍ନ ୩ ଘଣ୍ଟା ସମୟରେ ପାରମ୍ପରିକ ରାଜାଘର ର ଖଣ୍ଡା ଧୂଆ କାର୍ଯ୍ୟକ୍ରମ ଥିବା ନେଇ ସୂଚନା ଦେଇଥିଲେ। ସନ୍ଧ୍ୟା ୭ ଘଣ୍ଟା ସମୟରେ ରାମଲୀଳା, ରାବଣ ଦରବାର ଉଦଘାଟନ, ସହିତ ୨୧.୧୦. ୨୦୨୬ ତାରିଖ ପର୍ଯ୍ୟନ୍ତ ବିଭନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ସମୟ ସାରଣୀ ଉଥାପନ କରିଥିଲେ।ତା.୨୧. ୧୦. ୨୦୨୬ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ପଶ୍ଚିମ ଓଡିଶା ର ବିଖ୍ୟାତ ଚାନ୍ଦମାରୀ ଶୋଭାଯାତ୍ରା ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ନୃତ୍ୟ ଦଳ ଙ୍କୁ ନେଇ ରାଜାଘରଠୁ ବାହାରି ମହୁଲପାଲି ପାଖ ନଦୀ ପଠା କୁ ଯାଇ ଚାନ୍ଦମାରୀ କାର୍ଯ୍ୟକ୍ରମ ସାରି ସେଠାରୁ ପ୍ରତ୍ୟାବର୍ତନ କରିବ। ସନ୍ଧ୍ୟା ସମୟରେ ରାବଣ ପୋଡି ସହିତ ଆତସ ବାଜି ପ୍ରଦର୍ଶନ ହେବ। ତା ୨୨. ୧୦. ୨୦୨୬ ରିଖ ଦିନ ମାତା ଦୁର୍ଗା ଦେବୀଙ୍କ ଭଷାଣି ଶୋଭାଯାତ୍ରା ହେବାର ସୂଚନା ପ୍ରଦାନ କରିଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ସଭାପତି, ଉପସଭାପତି ସମେତ ସମ୍ପାଦକ ଯୁଗଳ କିଶୋର ସାହୁ , ସହ ସମ୍ପାଦକ ଭରତ ପଣ୍ଡା, କୋଷାଧ୍ୟକ୍ଷ ଯୋଗେଶ ସାହୁ, ସହ କୋଷାଧ୍ୟକ୍ଷ ଶ୍ୟାମଳ ଦାଶ, ବରିଷ୍ଠ ସଦସ୍ୟ ଉମେଶ ସାହୁ, ସଦାନନ୍ଦ ପୁରୋହିତ, ଜିତେନ ଦାଶ, କାର୍ଯ୍ୟକାରୀ କମିଟି ସଦସ୍ୟ ନରସିଂହ ପଟ୍ଟନାୟକ, ମହୀପାଳ ସାହୁ, ଅଚ୍ୟୁତାନନ୍ଦ ସେଠ, ଆଶିଷ ନାୟକ, ନାରାୟଣ ପୁରୋହିତ, ବିଜୟ ବହିଦାର, ସରଜୁ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜୟ ଦାନୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.