ପରିବେଶ ପ୍ରଦୂଷଣ, ବିସ୍ଥାପନ ଓ ଜୀବନ ଜୀବିକା ଉପରେ ତଥ୍ୟ ସଂଗ୍ରହ ପାଇଁ ପିସିସି ତଥ୍ୟାନ୍ୱେଷଣ ଦଳଙ୍କ ଜଗତସିଂହପୁର ଗସ୍ତ

3

ଜଗତସିଂହପୁର,ତା-୨୬.୦୬.୨୦୧୫/ସୁମନ୍ତ କୁମାର ଦାସ: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ତରଫରୁ ଗଠିତ ତଥ୍ୟାନ୍ୱେଷଣକାରୀ କମିଟି, କମିଟି ଅଧ୍ୟକ୍ଷ , ପିସିସି ସାଧାରଣ ସମ୍ପାଦକ ବିଧାୟକ ଶ୍ରୀ ଅଶୋକ କୁମାର ଦାସ ଏବଂ ଆବାହକ ଶ୍ରୀ ସୁଧାଂଶୁ ଶେଖର ଦେଓ ଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଦଳ ଢିଙ୍କିଆ, ନୂଆଗାଁ, ଗଡ଼କୁଜଙ୍ଗ ଓ ବାଲିତୁଠ ଅଞ୍ଚଳକୁ ଗସ୍ତ କରିଥିଲେ। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ଲୋକଙ୍କ ବିସ୍ଥାପନ, ପରିବେଶ ପ୍ରଦୂଷଣ ଓ ଜୀବନ ଜୀବିକା ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ ତଥ୍ୟ ସଂଗ୍ରହ କରିବା । ତଥ୍ୟାନ୍ୱେଷଣକାରୀ କମିଟି ସ୍ଥାନୀୟ ଲୋକମାନେ ସହ ବିସ୍ତୃତ ଆଲୋଚନା କରିବା ସହିତ ସେମାନଙ୍କର ଦୁଃଖ, ଆପତ୍ତି ଓ ଅଭିଯୋଗ ଶୁଣିଥିଲେ । ଲୋକମାନେ ଦୂର୍ଗମ ଅଞ୍ଚଳରେ ଉଦ୍ୟୋଗିକ କାର୍ଯ୍ୟକଳାପ ଦ୍ୱାରା ସ୍ୱାସ୍ଥ୍ୟ , ପରିବେଶ ଏବଂ ସେମାନଙ୍କ ଜୀବନ ଜୀବିକା ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ।

ସ୍ତାନୀୟ ଲୋକ ମାନଙ୍କ ଅଭିଯୋଗ ଶୁଣି ସାରିବା ପରେ ଦଳ ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ସହ ସାକ୍ଷାତ କରି ସ୍ତାନୀୟ ଲୋକ ମାନଙ୍କ ଠାରୁ ସଂଗ୍ରହ କରିଥିବା ସମସ୍ୟା ଏବଂ ଅଭିଯୋଗ ବିଷୟରେ ଆଲୋଚନା କରିଥିଲେ। ସେଠାରେ ଦଳ ସରକାରଙ୍କୁ କଡା ସମାଲୋଚନା କରିବା ସହିତ, ସ୍ତାନୀୟ ପ୍ରଶାସନ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ସଠିକ୍ ଭାବରେ ଜାତୀୟ ଜଙ୍ଗଲ ଜମି ଆଇନ 2006 ଏବଂ ଜମି ଅଧିଗ୍ରହଣ ଓ ପୁନର୍ବାସ ଥଇଥାନ ଆଇନ 2013 ଅନୁସାରେ ପ୍ରଭାବିତ ଏବଂ ବିସ୍ଥାପିତ ମାନଙ୍କୁ ନାର୍ଯ୍ୟ ପ୍ରାପ୍ୟ ପ୍ରଦାନ ନିମନ୍ତେ ଦାବିଜଣାଇଥିଲେ। ଏହି ଆଇନକୁ କାର୍ଯ୍ୟକାରୀ କରିବା ଦ୍ୱାରା ବିସ୍ଥାପିତ ଜନଗୋଷ୍ଠୀଙ୍କ ଅଧିକାର ସୁନିଶ୍ଚିତ ହେବ ବୋଲି ଦଳ ଜଣାଇଛି। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସହିତ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ନଳିନୀ କୁମାର ସ୍ବାଇଁ,ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା ପରିଷଦ ସଭ୍ୟ ପିନାକୀ ନାରାୟଣ ଦାସ, ବରିଷ୍ଠ କଂଗ୍ରେସ ନେତା ଏବଂ ପିସିସି କମିଟି ମାଗୁଣି ଜେନା,ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି , ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ଜିଲ୍ଲ କଂଗ୍ରେସ ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ଇମତିୟାଜ ଅହମ୍ମଦ ଖାଁ , ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଯୁବ କଂଗ୍ରେସ ନେତା ଆର୍ଶୀବାଦ ତ୍ରିପାଠୀ,ସୌମ୍ୟରଞ୍ଜନ ମହାନ୍ତି,ଇଂ ଜ୍ଞାନ ରଞ୍ଜନ ଜେନା, ସରୋଜ ମହାପାତ୍ର, ସୁକାନ୍ତ ମହାପାତ୍ର, ଦୀପକ୍ କୁମାର ପାଲ, ପ୍ରମୁଖ ଉପସ୍ଥିତି ମଧ୍ୟ କାର୍ଯ୍ୟକ୍ରମକୁ ଅଧିକ ସଫଳ କରିଥିଲା। ସ୍ଥାନୀୟ କଂଗ୍ରେସ କାର୍ଯ୍ୟକର୍ତ୍ତାମାନଙ୍କ ସହଯୋଗ ଓ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଏହି ଗସ୍ତକୁ ବ୍ୟାପକ ରୂପ ଦେଇଥିଲା।

ପିସିସି ତଥ୍ୟାନ୍ୱେଷଣ ଦଳ ତାଙ୍କ ତଥ୍ୟ ଓ ସଂଗୃହୀତ ଦାବି କୁ ଯାଥାଶୀଘ୍ର ରାଜ୍ୟ ନେତୃତ୍ୱ ନିକଟରେ ଜଣାଇବା ସହିତ ଓ ସ୍ତାନୀୟ ଜନସାଧାରଣଙ୍କ ନ୍ୟାୟ ପାଇଁ ସଂଘର୍ଷ ଜାରି ରଖିବା ନିମନ୍ତେ ଦୃଢ ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.