ଭଦ୍ରକ ଅବକାରୀ ବିଭାଗ ପକ୍ଷ ରୁ ଆମ ସଂକଳ୍ପ ନିଶା ନୁହେଁ ,ଜୀବନ କାର୍ଯ୍ୟକ୍ରମ।

3

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ଅବକାରୀ ବିଭାଗ ପକ୍ଷ ରୁ ସ୍ଥାନୀୟ ପଞ୍ଚାୟତ ସମିତି ମିଶନ ଶକ୍ତି ସଭା ଗୃହ ରେ ଆମ ସଂକଳ୍ପ ନିଶା ନୁହେଁ, ଜୀବନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟ କ୍ରମ ରେ ଅମିୟ ପାଣିଗ୍ରାହୀ ଙ୍କ ସଂଯୋଜନା ରେ କାର୍ଯ୍ୟ କ୍ରମ ପରିଚାଳିତ ହୋଇ ଯାଇଛି। ବିଡିଓ ତନ୍ମିତା କର, ତହସିଲଦାର ପ୍ରିୟବ୍ରତ ଦାସ, ଥାନା ଅଧିକାରୀଣୀ ଲୋପାମୁଦ୍ରା ନାୟକ, ବାସୁଦେବପୁର ଅବକାରୀ ବିଭାଗ ଇନ୍ସପେକ୍ଟର ମଧୁସୂଦନ ସାହୁ, ଓ ଆଇ ସି ନଟବର ମଲ୍ଲିକ ଯୋଗ ଦେଇ ମାଦକ ଦ୍ରବ୍ୟ ବର୍ଜନ, ନିଶା ଦ୍ଵାରା ସମାଜ ରେ ଘଟୁଥିବା କ୍ଷୟ କ୍ଷତି, ନିଶା ଦ୍ରବ୍ୟ ବ୍ୟବହାର ର କୁପରିଣାମ ବିଷୟ ରେ ଅବଗତ କରିଥିଲେ। ଏଥି ନିମନ୍ତେ ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ସଂପୂର୍ଣ୍ଣ ରୋକିବା ଲାଗି ବଳିଷ୍ଠ ପଦକ୍ଷେପ ସରକାର ନେଉଛନ୍ତି ସମସ୍ତ ଙ୍କ ସହଯୋଗ ଫଳ ରେ ସମାଜ ରେ ନିଶାମୁକ୍ତ ଅଭିଯାନ ସଫଳ ହୋଇ ପାରିବ ବୋଲି ଅତିଥି ମାନେ ବକ୍ତବ୍ୟ ରେ କହିଥିଲେ। ଏହି କାର୍ଯ୍ୟ କ୍ରମ ରେ ମିଶନ ଶକ୍ତି ବିଭାଗ ର ମା, ଭଉଣୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଥିଲେ। ଅବକାରୀ ବିଭାଗ ପକ୍ଷ ରୁ ସମସ୍ତ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟ କ୍ରମ ରେ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.