ପଦ୍ମପୁର :- ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ସର୍ପ ଦଂଶନ ଓ ବଜ୍ରପାତ ନିମନ୍ତେ ସତର୍କତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଷାଢ଼ ମାସରେ ମୁଖ୍ୟତଃ ସର୍ପ ଦଂଶନ ଓ ଅଚାନକ ବିଜୁଳି ଘଡଘଡି ଯୋଗୁଁ ଅନେକ ଧନ ଜୀବନ ହାନି ହେଉଥିବାରୁ ସାବଧାନତା ଓ ସତର୍କତା ହିଁ ସୁରକ୍ଷାର ବାର୍ତ୍ତା ନେଇ ସାଧନକର୍ମୀ ଶ୍ରୀ ହରେକୃଷ୍ଣ ମେହେର ଓ ଶ୍ରୀ ଚନ୍ଦ୍ରମଣି ସାହୁ ଦେଉଳି ହାଇସ୍କୁଲ ସତୀଭଟା,ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ଓ ପଂଚାୟତ ଉଚ୍ଚ ବିଦ୍ୟାଳୟ ଭେଉଁରିଆ ଠାରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇ ଥିଲେ। ସତୀଭଟା ଠାରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇ ସଭାପତିତ୍ବ କରିଥିଲାବେଳେ ପୁରେନାରେ ପ୍ରଧାନଶିକ୍ଷକ ଶ୍ରୀ ପ୍ରମୋଦ ନାଥ ଓ ଭେଉଁରିଆ ର ପ୍ରଧାନଶିକ୍ଷକ ଶ୍ରୀ ନରେନ୍ଦ୍ର ସାହୁ ସଭାପତିତ୍ବ କରିଥିଲେ। ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଏକ ସତର୍କତା ସୂଚନା ପତ୍ର ପ୍ରଦାନ କରାଯାଇଥିଲା। ସୂଚନା ପତ୍ର ଅନୁସାରେ ଛାତ୍ର ଛାତ୍ରୀ ମାନେ ସଚେତନ କରାଇବା ପାଇଁ ଶପଥ ପାଠ କରିଥିଲେ।
Sign in
Sign in
Recover your password.
A password will be e-mailed to you.