ବରଗଡ଼ :- ମଦ ର ବହୁଳ ବ୍ୟବହାର ଯୋଗୁଁ ଅପରାଧ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ବନ୍ଦ କରିବା ଦିଗରେ କୌଣସି ସରକାର ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି ବରଂ ମଦ କାରଖାନା କୁ ସବସିଡି ମଧ୍ୟ ପ୍ରଦାନ କରା ଯାଉଥିବା ନଜିର ବେଳେ ବରଗଡ଼ ଜିଲ୍ଲା ବୁଡେନ ଥାନା ଅଧିକାରୀ ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ପୋଲିସ ର ଗୋଟିଏ ଟିମ୍ ତାଙ୍କ ଥାନା ଅଧୀନସ୍ଥ ବିଭିନ୍ନ ଢାବା ଗୁଡିକରେ ଚଢାଉ କରି ୧୯୦ ପାଉଚ ଓ ୧୩୫ ବୋତଲ ବିଦେଶୀ ମଦ ଜବତ କରିଛନ୍ତି। ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି (ବୁଡେନ ଥାନା କେସ୍ ନଂ୫୨/୨୫, ୫୩/୨୫, ୫୪/୨୫, ୫୫/୨୫) ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରିଥିବା ପଦ୍ମପୁର ଏସଡିପିଓ ପାଣ୍ଡବ ଶବର ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.