ପଦ୍ମପୁର :- ସ୍ଥାନୀୟ ଭାଜପା କାର୍ଯ୍ୟାଳୟ ଠାରେ ଡ଼.ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପଦ୍ମପୁର ବିଜେପି ଟାଉନ ସଭାପତି ସୁନୀଲ ଅଗ୍ରୱାଲାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀମାନ ଗୋବର୍ଦ୍ଧନ ଭୁଏ ତାଙ୍କ ଅଭିଭାଷଣରେ ଦଳ ପ୍ରତି ଡ଼.ମୁଖାର୍ଜୀ ଯେଉଁ ଭଳି ଭାବରେ ନିଜକୁ ବଳିଦାନ ଦେଇ ଆଗକୁ ବଢେଇ ନେଇଥିଲେ ଠିକ ସେହିପରି ଆମେ ମାନେ ମଧ୍ୟ ନିଜକୁ ତାଙ୍କ ଅନୁସରଣ କରି ଆଗେଇଯିବା ବୋଲି କହିଥିଲେ । ଆଜିର ଏହି ବଳିଦାନ ଦିବସରେ ବରିଷ୍ଠ ନେତା ପ୍ରିତମ ମେହେର କହିଥିଲେ ସମସ୍ତ କାର୍ଯ୍ୟକର୍ତ୍ତା ଏକ ହୋଇ ନିଜ ଭିତରେ ମନୋମାଳନ୍ୟ ନ ରଖି ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଯେ କୌଣସି ପରିସ୍ଥିତିରେ ସବୁ ପଞ୍ଚାୟତରେ ବିଜୟ ଲାଭ କରିବା ପାଇଁ ନିଜକୁ ଏକଜୁଟ ହେବା ଜରୁରୀ ବୋଲି ତାଙ୍କର ବକ୍ତବ୍ୟ ରଖିଥିଲେ । ଆଜିର ଏହି ସଭାରେ ସମସ୍ତ ମଣ୍ଡଳ ସଭାପତି , ନିରୋଜ ଦାଶ, ସୁବ୍ରତ କୁମାର ସାହୁ, ପ୍ରତାପ ନାଥ, ନୀଳାଚଳ ଭାଇ, ପ୍ରମୋଦ ମେହେର,ଚିନ୍ମୟ ପଣ୍ଡା , ପରମାନନ୍ଦ ସାହା, ସୌମ୍ୟଜିତ ପାଢି ଉପସ୍ଥିତ ଥିଲେ । ପରେ ଶ୍ରୀ ଭୁଏ ଙ୍କ ଜନ୍ମଦିନ ପାଳିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.