(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) :ଓଡ଼ିଶାର ଇତିହାସରେ ଖଲ୍ଲିକୋଟ ର ସ୍ଥାନ ଅଦ୍ୱିତୀୟ ଥିଲା ବେଳେ ଏବେ ଏହା ଅଧୋଗତି କୁ ଯିବାର ପରିଲକ୍ଷିତ ହେଉଛି।
ଖଲ୍ଲିକୋଟ ରାଜପରିବାରର କଥା କୁହନ୍ତୁ କିମ୍ବା ପ୍ରଜା ବତ୍ସଳ,ପ୍ରଜାନୁରଞ୍ଜନ ରାଜ ବାହାଦୁର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଙ୍କ ଅମାପ ଜନହିତକର କାର୍ଯ୍ୟ କୁ ମନେପକାଇଲେ ଆଖିରୁ ଲୁହ ସ୍ବତଃ ପ୍ରଵୃତ ଝରିଆସେ । ଏସଂକ୍ରାନ୍ତରେ ଆଜି ସ୍ଥାନୀୟ ଖଲ୍ଲିକୋଟ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ବିଷୟ ପାଲଟିଛି ମରଣଯନ୍ତା ବୋଲି ଜନଶ୍ରୁତି ରୁ ଜଣାଯାଏ । ଉକ୍ତ ବିଦ୍ୟାଳୟ ୧୯୧୭ ମସିହାରେ ସ୍ଥାପିତ ହୋଇଥିଲା । ସେତେବେଳକୁ ଏକ ମାତ୍ର ହାଇସ୍କୁଲ ଥିଲା ବୋଲି କଥିତ ଅଛି। ଏଠାକୁ ବହୁ ଦୂରଦୂରାନ୍ତରୁ ବିଦ୍ୟାର୍ଥୀ ମାନେ ବିଦ୍ୟା ଅଧ୍ୟୟନ ନିମନ୍ତେ ବିଦ୍ୟାଳୟ କୁ ଆସୁଥିଲେ।
ଏବେ ବିଦ୍ୟାଳୟ ଚାଲିଛି, ହେଲେ ନଜର ପଡୁନାହିଁ ଏହା ର ପରିବେଶ ଉପରେ, ଦୃଷ୍ଟି ରହୁନାହିଁ ପ୍ରଶାସନର, କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ ଅବହେଳିତ ଅନୁଷ୍ଠାନ ଉପରେ, ଗୁରୁତ୍ୱ ଦେଉ ନାହାନ୍ତି ନିୟମାବଳୀ ଉପରେ,କିଏ କେତେବେଳେ ଆସୁଛନ୍ତି , ଯାଉଛନ୍ତି,ତାର ମୁକ ସାକ୍ଷୀ ବିଦ୍ୟାଳୟ ରେ ଥିବା ନିମଵୃକ୍ଷ ଓ ଫାଟକ ବୋଲି ଜନସାଧାରଣ ମଧ୍ୟରେ ଚର୍ଚ୍ଚା ବିଷୟ ଚାଲିଛି। ଦୁଃଖ ପରିତାପର ବିଷୟ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ନିଜେ ରିପୋର୍ଟ ର ଶିବରାମ ଜେନା , ଶାସକ ପ୍ରଶାସକ ର ବ୍ଳକ୍ କରେସ୍ପଣ୍ଡେନସ୍ ନିଜେ ବିଦ୍ୟାଳୟ କୁ ଵୁଲି ଯାଇଥିଲେ,କାରଣ ସେ ନିଜେ ଜଣେ ଉକ୍ତ ବିଦ୍ୟାଳୟର ମେଧାବୀ ଛାତ୍ର ପାଇଁ ଯୋଗ୍ୟ ବିବେଚିତ ହୋଇ ଥିଲେ ବୋଲି ଜଣାପଡିଛି।
ଯଦି କାହାର ସତ୍ ସାହାସ୍ ଅଛି ବିଦ୍ୟାଳୟ ଉପରେ ପଚାରନ୍ତୁ , ସେ ଏହାରି ଉପରେ କୈଫିୟତ ଦେବେ । ବିଦ୍ୟାଳୟ ର ବିକାଶ ରେ କିଛି ପରିବର୍ତ୍ତନ ନାହିଁ, ଛାତ୍ର ଙ୍କ ଶୌଚାଳୟ ର ରେଗ୍ ଉପରେ ମାଡିଯାଇଛି ଲତା ବୁଦା , |ବିଦ୍ୟାଳୟ ର ଚାରିପଟେ ଘାସ ଲତା, ବୁଦା ରେ ପରିପୂର୍ଣ | ତରତର ରେ ଚାଲିଛି ବିଦ୍ୟାଳୟର ଫାଟକ କାମ, ଚାଲିଛି ଲୋକ ଦେଖାଣିଆ କାମ ।
Sign in
Sign in
Recover your password.
A password will be e-mailed to you.