କାଶୀପୁର ରୁ ବୈକୁଣ୍ଠ ଦୁରିଆ , ୨୨/୬/୨୦୨୫; ରାୟଗଡ଼ା ଜିଲ୍ଲା ଟିକିରୀ ଅଧୀନ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରୀଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ତରଫରୁ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇଛି । କମ୍ପାନୀ ଉଭୟ ନୂଆପଡ଼ା ଓ ଓଷାପଡ଼ା ସ୍ଥିତ ଟାଉଁନସିପ୍ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଯୋଗ ପ୍ରଶିକ୍ଷକ ଅନିକେତ ଯୋଷୀ ଏବଂ ଅନିଶା ଉଭୟ ଉପସ୍ଥିତ ରହି ଯୋଗାସନ ପ୍ରାଣାୟାମ ଇତ୍ୟାଦି ଆସନ ଅଭ୍ୟାସ କରିବା ସହିତ ଶିବିରରେ ଅଂଶଗ୍ରହକାରୀଙ୍କୁ ଏହାର ଉପଦୟତା ସମ୍ପର୍କରେ ବୁଝାଇଥିଲେ।
ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ ବିଷୟବସ୍ତୁ “ଏକ ସ୍ବାସ୍ଥ୍ୟ ଓ ପୂର୍ଥିବି ପାଇଁ ଯୋଗ” ସମ୍ପର୍କିରେ ଯୋଗ ପ୍ରଶିକ୍ଷକ ଶିବିରରେ ଆଲୋକପାତ କରିଥିଲେ। ଉଭୟ ଟାଉନସିପରେ ଆୟୋଜିତ ଏହି ଯୋଗ ଶିବରରେ ୪୦୦ରୁ ଉର୍ଦ୍ଧ୍ବ କମ୍ପାନୀ କର୍ମଚାରୀ ଯୋଗ ଦେଇ ବିଭିନ୍ନ ଯୋଗାସନ, ପ୍ରାଣାୟାମ ଇତ୍ୟାଦି ଆସନ କରିଥିଲେ। ଏହି ଅବସରରେ ଏଫ୍ ଏଚ ଅପରେସନ ଉତ୍ତମ ଗିରି, ଏଫଏଚ ଟେକ୍ନିକାଲ ପୌଲ୍ ଗୁପ୍ତା, ଏଫେଚ ସୁରକ୍ଷା; ବିଶ୍ୱଜିତ୍ ଜୋୱାରଦାର ଓ ସୁରକ୍ଷା ଏବଂ ଆଡମିନ ବିଭାଗ ମୁଖ୍ୟ ପରମଜିତ ବଜବା ଉପସ୍ଥିତ ରହି ଯୋଗାସନ ଏବଂ ପ୍ରାଣାୟମ କରିଛନ୍ତି ।
ସେହିପରି ଉତ୍କଳ ଆଲୁମିନା କମ୍ପାନୀ, ବାଫ୍ଲିମାଳି ଖଣି ପକ୍ଷରୁ ଅନୁରୂପ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ ମହାଡମ୍ବରରେ ପାଳିତ ହୋଇଛି। ଭାରତୀୟ ଖଣି ବ୍ୟୁରୋ ମାର୍ଗଦର୍ଶିକା ଅନୁପାଳନ ସହ କର୍ମଚାରୀଙ୍କ ମଧ୍ୟରେ ସୁସ୍ଥ ସ୍ବାସ୍ଥ୍ୟ ପ୍ରୋତ୍ସାହନ ନିମନ୍ତେ ଏହି ଦିବସ ପାଳିତ ହୋଇଯାଇଛି। ଯୋଗ ମାଧ୍ୟମରେ ଉତ୍ତମ ସ୍ବାସ୍ଥ୍ୟ ଗଠନ, ଏବଂ ଆଧ୍ୟାତ୍ମିକ ଚେତନାର ଉନ୍ନତୀ ପାଇଁ ଏକାନ୍ତ ଆବଶ୍ୟକ ରହିଛି। ସ୍ବାସ୍ଥ୍ୟ, ମାନସିକ ଶାନ୍ତି ତଥା ସୁସ୍ଥ ଜୀବନଶୈଳୀ ପାଇଁ ଯୋଗ ଉପୋଯୋଗିତା ସମ୍ପର୍କରେ ଶିବିରରେ ଆଲୋକପାତ କରାଯାଇଥିଲା ।
ଉକ୍ତ ଶିବିରରେ ବାଫ୍ଲିମାଳି ଖଣି ମୁଖ୍ୟ ଶ୍ରୀ ବିଜୟ ଚୌହାନ ଯୋଗ ଦେଇ ଯୋଗାସନ ଅଭ୍ୟାସ କରିବା ସହ ଖଣିର ଅନ୍ୟ କର୍ମଚାରୀମାନେ ସକ୍ରିୟ ଅଂଶଗ୍ରହଣ କରି ଯୋଗାସନ ଓ ପ୍ରାଣାୟମ ଇତ୍ୟାଦି ଆସନ ଅଭ୍ୟାସ କରିଥିଲେ। ଉକ୍ତ ଯୋଗ ଶିବିରରେ ଦିଲ୍ଲୀପ କୁମାର ନନ୍ଦ ଓ ଅନିନ୍ଦିତା ମଣ୍ଡଳ ଉପସ୍ଥିତ ରହି ଯୋଗାସନ ଏବଂ ପ୍ରାଣାୟମ ଆସନ ଅଭ୍ୟାସ କରି ଅଂଶଗ୍ରହକାରୀଙ୍କୁ ଏହାର ଉପାଦେୟତା ସମ୍ପର୍କରେ ପୁଙ୍ଖାନୁୁଙ୍ଖ ବୁଝାଇ ଥିଲେ। ଅନ୍ୟପକ୍ଷେ ଓଷାପଡ଼ା ସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଶ୍ରୀ ଅନିରୁଧ ତିୱାରୀଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଏହି ଯୋଗ ଶିବିର ଆୟୋଜନ ହୋଇଥିଲା। ଶିକ୍ଷାର୍ଥୀଙ୍କ ମଧ୍ୟରେ ଯୋଗର ଉପକାରିତା ସମ୍ପର୍କିତ ସଚେତନତା ସୃଷ୍ଟି ତଥା ସୁସ୍ଥ ସ୍ବାସ୍ଥ୍ୟ ଓ ମାନସିକ ଉନ୍ନତି ପାଇଁ ଯୋଗାସନର ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post