ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୧/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସଦର ନୂଆଗୁଡା ଠାରେ ଥିବା ସୂର୍ଯ୍ୟବଂଶୀ ୟୁଥ୍ କ୍ଳବ୍ ର ଏକ ଆଖଡା ଗୃହ କୁ ଦୃର୍ବୁତ୍ତ ମାନେ ଭାଙ୍ଗି ଲୁହା ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି। ଏ ନେଇ ସୂର୍ଯ୍ୟବଂଶୀ ୟୁଥ୍ କ୍ଳବ୍ ର ସମୀର ପାତ୍ର ଡ଼ାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାଇ ଡ଼ାବୁଗାଁ ସଦର ନୂଆଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ସୂର୍ଯ୍ୟବଂଶୀ ୟୁଥ୍ କ୍ଳବ୍ ର ଏକ ଆଖଡ଼ା ଗୃହ ୨୦୦୪ ମସିହାରେ ନିର୍ମିତ ହୋଇଥିଲା। ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀଙ୍କ ଅନୁଦାନ ପାଣ୍ଠି ରୁ ୪ ଲକ୍ଷ ବ୍ୟୟରେ ୟୁଥ୍ କ୍ଳବ୍ ନିର୍ମାଣ ହୋଇଥିଲା। ଏହି ୟୁଥ୍ କ୍ଳବ୍ ଗୃହରେ ପ୍ରଥମେ ଏକ ପବ୍ଲିକ ସ୍କୁଲ ଚାଲିଥିବା ବେଳେ କିଛି ବର୍ଷ ପରେ ସ୍କୁଲ ଅନ୍ୟତ୍ର ସ୍ଥାନାନ୍ତର ପରେ ଆଖଡ଼ା ଗୃହ ଚାଲିଥିଲା। ସୂର୍ଯ୍ୟବଂଶୀ ୟୁଥ୍ କ୍ଳବ୍ ର ଯୁବକ ସହ ଅନ୍ୟ ଯୁବକ ମାନେ ଏହି ଗୃହ ରେ ଶାରିରୀକ ବ୍ୟାୟାମ ଆଦି କରୁଥିଲେ। ତେବେ କୌଣସି କାରଣରୁ ଗତ ୧ ବର୍ଷ ରୁ ଉର୍ଦ୍ଧ ହେବ ଆଖଡ଼ା ଗୃହ ବନ୍ଦ ହେବା ଫଳରେ ଆଖଡ଼ା ଗୃହ ତାଲା ପଡି ରହିଥିଲା। ଆଖଡା ଗୃହ ଗ୍ରାମର ଶେଷ ମୁଣ୍ଡରେ ଏକ ନିର୍ଜନ ସ୍ଥାନରେ ଥିବାରୁ ଏହାର ସୁଯୋଗ ନେଇ ଦୃର୍ବୁତ୍ତ ମାନେ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଖଡା ଗୃହ ର ଛାତ ଭାଙ୍ଗି ଲୁହା ରୋଡ,ଲୁହା କବାଟ,ଲୁହା ଝରକା ଓ ଇଟା ଚୋରି କରି ନେଇଥିଲେ। ଗତ କାଲି ଶୁକ୍ରବାର ସୂର୍ଯ୍ୟବଂଶୀ ୟୁଥ୍ କ୍ଳବ୍ ର ସଦସ୍ୟ ସମୀର ପାତ୍ର କୌଣସି ସୂତ୍ରରୁ ଖବର ପାଇ ଯାଇ ଆଖଡା ଗୃହ କୁ ଦେଖିବା ସମୟରେ ତାହା ଗୃହ ଭାଙ୍ଗି ମାଟିରେ ମିଶି ଯାଇଥିବା ଦେଖିଥିଲେ। ଗୃହ ର କବାଟ,ଝରକା ,ସମସ୍ତ ଲୁହା ଛଡ ଓ ଇଟା ଚୋରି ହୋଇଥିବା ଦେଖି ଡ଼ାବୁଗାଁ ପୁଲିସ ରେ ଏତଲା ଦେଇଥିଲେ। ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଚୋରି ଲୁହା ସାମଗ୍ରୀ କବାଡି ରେ ବିକ୍ରୀ ହୋଇଥିବା ସନ୍ଦେହ କରାଯାଉଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post