ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୨୧.୦୬.୨୦୨୫ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିଅମ ଭବାନୀପାଟଣା ଠାରେ ଦୀର୍ଘ ନଅ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପିତ ହୋଇଯାଇଛି । ପ୍ରତିଦିନ ସନ୍ଧ୍ୟାରେ ସାଧାରଣ ସଭା, ବିଭିନ୍ନ ବିଭାଗୀୟ ଯୋଗ୍ୟ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ ଓ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଜିଲାପାଳ ପାୱାର ସଚିନ ପ୍ରକାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢୀ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ଡି.ଡି. ପ୍ଲାନିଂ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜୀବୁନ ନିଶା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲାଞ୍ଜିଗଡ ଶଙ୍କର ପାତ୍ର, ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଶିଶୁ ସୁରକ୍ଷା ୟୁନିଟ୍ ପ୍ରୋଗ୍ରାମ ଅଧିକାରୀ ଅଂଶୁମାନ ବାବୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ମେଳାରେ ୬୮ ଟି ଷ୍ଟଲ ସ୍ଥାନ ପାଇଥିଲା ସେଥି ମଧ୍ୟରୁ ମିଶନ ଶକ୍ତି ରୁ ପାରମ୍ପରିକ ଖାଦ୍ୟ ପାଇଁ ୨୫ ଗୋଟି, ଆମ୍ବ ପ୍ରଦର୍ଶନୀ ପାଇଁ ୧୦, ସ୍ବୟଂ ସହାୟକ ଗୋଷ୍ଠୀ ର ୧୨ ଏବଂ ବିଭିନ୍ନ ବିଭାଗୀୟ ପ୍ରଦର୍ଶନୀ ଷ୍ଟଲ ୧୩ ଗୋଟି ଏବଂ ପୋଲିସ, ଅଗ୍ନିଶମ ଇତ୍ୟାଦି ୮ ଗୋଟି ରହିଥିଲା । ଏହି ଜିଲ୍ଲାସ୍ତରୀୟ ବିକାଶ ମେଳାରେ ୧୭ ଲକ୍ଷ ୬୬ ହଜାର ୬୬୮ ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡିଛି ଏଥିରେ କଳାହାଣ୍ଡି ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷି ଉତ୍ପାଦକ ସଂଗଠନ ଗୁଡିକ ଉପକୃତ ହୋଇଥିଲ । ବିଶେଷ କରି ସୁଭଦ୍ରା ପାରମ୍ପରିକ ଖାଦ୍ୟ ମେଳାରେ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବିକାଶ ମେଳା ଏକ ଅଭିନବ ପ୍ରୟାସ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଅବସରରେ ନୂତନ ସରକାରଙ୍କ ଏକ ବର୍ଷ ଭିତରେ କାର୍ଯ୍ୟକାରୀ ହେଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଚେତନନତା ବାର୍ତ୍ତା ପ୍ରସାର ପ୍ରଚାର ନିମନ୍ତେ ଜିଲ୍ଲାର ୧୩ ଗୋଟି ବ୍ଲକରେ ବିକାଶ ବାହନ ପରିଭ୍ରମଣ କରିଥିଲା । ଜିଲାସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ୨୧୪୨ ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାର ୱାର୍କ ଅର୍ଡର ଦିଆଯାଇଥିବା ବେଳେ ୧୩୪୦ ଜଣଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା ସେହିପରି ୪୭୩୦ ଜଣ ହିତାଧିକାରୀଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜବ କାର୍ଡ, ୧୦୪୭ ଜଣଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ କରାଯାଇଥିଲା ବେଳେ ୧୯୪୨ ଜଣ ହିତାଧିକାରୀଙ୍କୁ ସିଏମ କିଶାନ ଓ ୧୩୦୭ ଜଣଙ୍କୁ ପିଏମ କିଶାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ୭୩୭୮ ଜଣଙ୍କୁ ବାୟୋ ବନ୍ଦନା ଯୋଜନା କାର୍ଡ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨୬୪ ଟି ବ୍ୟକ୍ତିଗତ ଏବଂ ୭୮ ଟି ସାମୁହିକ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିଲା । ଜିଲ୍ଲାରେ “ଏକ୍ ପେଡ୍ ମା କେ ନାମ୍” ରେ ୮୯୯୭ ଗୋଟି ଚାରା ଗଛ ମଧ୍ୟ ରୋପଣ କରାଯାଇଥିଲା । ୧୪୭୮ ଜଣ ନୂତନ ପେନସନ ହିତାଧିକାରୀଙ୍କୁ ପେନସନ ପ୍ରଦାନ କରାଯାଇଥିଲା, ଓ ୪୬୨ ଗୋଟି ଜନ୍ ଧନ୍ ଆକାଉଣ୍ଟ ଖୋଲାଯାଇଥିଲା , ୩୫୩୧ ଜଣଙ୍କର ଆଧାର କାର୍ଡ ଏନରୋଲମେଣ୍ଟ କରାଯାଇଥିଲା, ୧୯୨୫ ଟି ଇ-କେ.ୱାଇ.ସି. କରାଯାଇଥିବା ବେଳେ ୪୮୭ ଜଣଙ୍କୁ ଶ୍ରମିକ କାର୍ଡ, ୪୦୩ ଜଣଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ୧୮୫ ଜଣଙ୍କୁ କିଶାନ କ୍ରେଡିଟ କାର୍ଡ ପ୍ରଦାନ କରାଯାଇଥିଲା । ଉଦଯାପନି ସାଂସ୍କୃତିକ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.