ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୨୧.୦୬.୨୦୨୫ : କଳାହାଣ୍ଡି ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଆଜି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ସାମୁହିକ ଯୋଗଭ୍ୟାସରେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ , ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢୀ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରୋବେସନ୍) ଅନିମେଷ ପ୍ରଧାନ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଜୟଶଙ୍କର ନାଏକ, ବି.ଜେ.ପି. ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ତହସିଲଦାର କଳାହାଣ୍ଡି ଶୁଭସ୍ମିତା ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର,ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ନିର୍ବାହୀ ଅଧିକାରୀ ପୌରପାଳିକା ପ୍ରତୀକ ରଥ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସହରର ବୁଦ୍ଧିଜୀବୀ, ଗଣମଧ୍ୟମର ପ୍ରତିନିଧି ପ୍ରମୁଖ ଏହି ଯୋଗ ଶିବିରରେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଯୋଗ ଗୁରୁ ଡା. ନିହାରେନ୍ଦ୍ର ପଣ୍ଡା ସମସ୍ତଙ୍କୁ ଯୋଗ ଶିକ୍ଷା ଦେଇଥିଲେ ଏବଂ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ଉପକାରିତା ବିଷୟରେ ସାମୁହିକ ଶପଥ ପାଠ କରାଇଥିଲେ। ଦୈନନ୍ଦିନ ଜୀବନରେ ନିଜକୁ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ଓ ସବଳ ରଖିବାକୁ ହେଲେ ସମସ୍ତେ ଯୋଗଭ୍ୟାସ କରି ସୁସ୍ଥ ରହିବା ସହିତ ଦୀର୍ଘାୟୁ ହେବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post