ଓଡ଼ଗାଁ, ୨୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ସୋମବାର ବ୍ଲକ୍ ମିଶନ ଶକ୍ତି ଗୃହରେ ଅନୁଷ୍ଠିତ ହୋଇଯାଇଛି। ବିଡିଓ ପ୍ରୀତିବାଳା ରଣା ଓ ତହସିଲଦାର ଡ. ମାନସ ରଞ୍ଜନ ଭୋଇଙ୍କ ଉପସ୍ଥିତିରେ ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଅଭିଯୋଗର ଶୁଣାଣୀ କରାଯାଇଥିଲା। ଶିବିରରେ ମୋଟ ୧୪ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଭିନ୍ନ ଭତ୍ତା, ଲଗାଣ ବର୍ଷାରେ ଘର ଭାଙ୍ଗିବା, ତହସିଲ ସମ୍ବନ୍ଧୀୟ ସମସ୍ୟା, ପାନୀୟଜଳ ଯୋଗାଣ ଏବଂ ପନ୍ତିଖାରୀ ଗ୍ରାମ ପଞ୍ଚାୟତରେ ରାସ୍ତା ନିର୍ମାଣ ଆଦି ଅଭିଯୋଗ ରହିଥିଲା। ତେବେ ଶିବିରରେ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଅନ୍ୟମାନଙ୍କ ଅଭିଯୋଗ ଶୁଣୁଥିବା ସହରାଞ୍ଚଳ ଜଳଯୋଗାଣ ବିଭାଗର ଯନ୍ତ୍ରୀ ବିନୋଦ ଜେନା ନିଜେ ଓଡ଼ଗାଁ ଏନ୍ଏସିର କଲେଜ ରୋଡ୍ ଏବଂ ତହସିଲ କାର୍ଯ୍ୟାଳୟଠାରୁ ହନୁମାନ ଛକ ପର୍ଯ୍ୟନ୍ତ ନୂଆ ପାଇପ୍ଲାଇନ୍ ବିଛାଇବା ସମ୍ବନ୍ଧୀୟ ସମସ୍ୟା ନେଇ ତହସିଲଦାରଙ୍କ ସହଯୋଗ ଲୋଡ଼ିଥିଲେ। ଶିବିରରେ ଅତିରିକ୍ତ ବିଡିଓ କବିତା କୁମାରୀ ପ୍ରଧାନ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ୱିନୀ ପ୍ରଧାନ, ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ରାକେଶ ସାହୁ, ଶ୍ରମ ଅଧିକାରୀ ମୋନିକା ସେଠ ପ୍ରମୁଖ ଯୋଗଦେଇ ଅଭିଯୋଗଗୁଡ଼ିକର ଶୁଣାଣୀ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post