ଓଡ଼ଗାଁ, ୨୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ସତ୍ୟନାରାୟଣ ବାରିକଙ୍କ ନେତୃତ୍ୱରେ ସୋମବାର ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ ଓ ଚଢ଼ାଉ କରାଯାଇ ଅମାନିଆ ବାଇକ ଚାଳକଙ୍କଠାରୁ ଅନଲାଇନ ମାଧ୍ୟମରେ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ ନେଇ ସ୍କୁଲ-କଲେଜ ଛାତ୍ରଛାତ୍ରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ସାମାଜିକ ଗଣମାଧ୍ୟମ ଜରିଆରେ ନିୟମିତ ସଚେତନତା କାର୍ଯ୍ୟକ୍ରମ ହୋଇଆସୁଛି। ହେଲମେଟ ପିନ୍ଧିବା, କାରରେ ସିଟ୍ବେଲ୍ଟ ବାନ୍ଧିବା, ଦ୍ରୁତଗତିରେ ଗାଡ଼ି ନଚଳାଇବା, ଟ୍ରାଫିକ ନିୟମ ପାଳନ, ରାତିରେ ଡିପର ବ୍ୟବହାର ଏବଂ ବାଇକରେ ଦୁଇଜଣରୁ ଅଧିକ ଯାତ୍ରୀ ନବସିବା ନେଇ ଚାଳକମାନଙ୍କୁ ସଚେତନ କରାଯାଉଛି।
ତେବେ ସଚେତନତା ସତ୍ତ୍ୱେ କେତେକ ଚାଳକ ପୁଣି ନିୟମ ଉଲ୍ଲଂଘନ କରୁଥିବାରୁ ପୋଲିସ ପକ୍ଷରୁ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ସୋମବାର ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ ସହ ପୁନର୍ବାର ସଚେତନ କରାଯାଇଥିଲା। ପ୍ରତି ସନ୍ଧ୍ୟାରେ ଏନେଇ ସ୍ୱତନ୍ତ୍ର ଯାଞ୍ଚ କରାଯାଉଥିବା ବେଳେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ ମଧ୍ୟ ଚଢ଼ାଉ ଜାରି ରହିଛି।
Sign in
Sign in
Recover your password.
A password will be e-mailed to you.
Prev Post