ଭାଗବତ ମହାପୁରାଣ କାର୍ଯ୍ୟକ୍ରମ ଉଦଘାଟିତ

11

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୨୭/୯/୨୬ ଗୁଣପୁର – ରାୟଗଡ଼ା ଜିଲ୍ଲା ଗୁଣପୁର ସହର ନୂତନ ବସଷ୍ଟାଣ୍ଡ ନିକଟ ଭେଙ୍କଟେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ଏକ ସପ୍ତାହ ବ୍ୟାପି ଶ୍ରୀମଦ ଭାଗବତ ମହାପୁରାଣ ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି l ପୁରୀ ର କଥା ବାଚକ ପଣ୍ଡିତ ସୁଦର୍ଶନ ତ୍ରିପାଠୀ ଯୋଗଦେଇ ଭାଗବତ କଥା ର ପ୍ରବଚନ ଦେଇଥିଲେ l କାର୍ଯ୍ୟକ୍ରମ କୁ ଆଦିତ୍ୟ ବାହିନୀ ର ରାଜ୍ୟ ଉପ ସଭାପତି ତ୍ରିପତି ମହାନ୍ତି ସଂଯୋଜନା କରିଥିଲେ l ଉମା ଶଙ୍କର ଦାସ ଅତିଥି ମାନଙ୍କୁ ଆମନ୍ତ୍ରଣ କରିଥିଲେ l ଭାଗବତ ପ୍ରଚାର ସମିତି ର ସଭାପତି ମୀନ କେତନ ପଣ୍ଡା ସଂପାଦକ ରାମ ପଣ୍ଡା ଙ୍କ ସମେତ ବହୁ ଭକ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ମହେଦ୍ର ଆଶ୍ରମର ସ୍ୱାମୀ ଭାସ୍କର ତୀର୍ଥ ସ୍ୱରୂପ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା l ସାଧୱି ସତ୍ୟ ସିନ୍ଧୁ ମଧ୍ଯ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ l ପୌର ପରିଷଦ ର ଅଧ୍ଯକ୍ଷା ମମତା ଗୌଡ, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

Leave A Reply

Your email address will not be published.