ମାଟିର କଥା ହିଁ ଚିରନ୍ତନ ସାହିତ୍ୟ ସୃଷ୍ଟିର ଦ୍ୱେତକ ହୁଏ।

10

ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ

ଓଡ଼ିଆ ଭାଷା ସାହିତ୍ୟ ସମୃଦ୍ଧ ହୋଇଛି ବିଭିନ୍ନ ପ୍ରାନ୍ତୀୟ ସାରସ୍ୱତ ସୃଷ୍ଟି ର ସହଯୋଗରେ। କେନ୍ଦ୍ରାଞ୍ଚଳ ଅପେକ୍ଷା ଓଡ଼ିଶାର ଉପାନ୍ତ ଅଞ୍ଚଳ ବେଶୀ ସହଯୋଗ ଦେଇଛି ଓଡ଼ିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନା ପାଇଁ। ବଲାଙ୍ଗିର ରେ ସମୃଦ୍ଧ ଓଡ଼ିଆ ଭାଷା ସାହିତ୍ୟ ର ପରମ୍ପରା ରହିଛି। ଏହି ପରମ୍ପରା ହିଁ ଓଡିଆ ସାହିତ୍ୟର ଶ୍ରୀ ବୃଦ୍ଧି କରିପାରିଛି। ବଲାଙ୍ଗୀର ହିଁ ଓଡ଼ିଆ ଭାଷା ସାହିତ୍ୟ କୁ ବେଶୀ ସମୃଦ୍ଧ କରିଛି ବୋଲି ମତ ପ୍ରକାଶ ପାଇଛି .lଓଡିଶା ସାହିତ୍ୟ ଏକାଡେମୀ ତରଫରୁ ବଲାଙ୍ଗିର. ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଆୟୋଜିତ
ଏକ ଦିବାସୀୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ। ପ୍ରଥମ ଅଧିବେଶନରେ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଡ ସଞ୍ଜୟ କୁମାର ମିଶ୍ର ଙ୍କ ସଂଯୋଜନାରେ ପ୍ରାବନ୍ଧିକ ତୁଳସୀ ଜୈନ ଙ୍କ ସଭାପତିତ୍ୱରେ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ପ୍ରଫେସର ମଧୁସୂଦନ ପତି ଉଦଘାଟକ ଭାବରେ ଯୋଗ ଦେଇଥିବାବେଳେ ବରେଣ୍ୟ ଅତିଥିଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକା ଗାୟତ୍ରୀ ସରାଫ, ସ୍ୱତନ୍ତ୍ର ଅତିଥି ଭାବେ ଡ଼ ଚନ୍ଦ୍ରଶେଖର ହୋତା, ସଚିବ ଓଡ଼ିଶା ସାହିତ୍ୟ ଏକାଡେମୀ ତଥା ଅତିଥି. ଭାବେ ରଶ୍ମୀରଞ୍ଜନ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ବଲାଙ୍ଗୀର ମଂଚାସୀନ ହୋଇଥିଲେ।ପରେ ପରେ ଅନୁଷ୍ଠିତ ଆଲୋଚନାଚକ୍ର ରେ ଓଡ଼ିଆ ଭାଷା ସାହିତ୍ୟ ର ଶ୍ରୀବୃଦ୍ଧି ସାଧନରେ ବଲାଙ୍ଗିର ଜ଼ିଲ୍ଲା ର ଅବଦାନ ଶୀର୍ଷକରେ ବଲାଙ୍ଗିର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ କୌତୁକ ପନ୍ଦର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ଼ ସୁଶାନ୍ତ କୁମାର ପଣ୍ଡା, ମହିଳା ମହାବିଦ୍ୟାଳୟ ଅଧ୍ୟାପକ ରତିକାନ୍ତ ନାଏକ ବଲାଙ୍ଗିର ରା ସାରସ୍ୱତ ପରମ୍ପରା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଡ଼ ଚନ୍ଦ୍ରଶେଖର ହୋତା, ସଚିବ ଓଡ଼ିଶା ସାହିତ୍ୟ ଏକାଡେମୀ ଙ୍କୁ ବଲାଙ୍ଗିର ମାଟିର କୃତି ସନ୍ତାନ ଭାବରେ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କର ଯାଇଥିଲା।ଅତିଥି ପରିଚୟ -ରତ୍ନମୟ ତ୍ରିପାଠୀ ପ୍ରଦାନ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଡ଼ ଶ୍ରୀକାନ୍ତ କୁମାର ବାରିକ। ଦ୍ଵିତୀୟ ଅଧିବେଶନରେ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟା
ଡ଼ ଜ୍ୟୋତି ସାହୁ ଙ୍କ ସଭାପତିତ୍ୱରେ ବରେଣ୍ୟ ଅତିଥି ଭାବରେ କବି ଭାଗିରଥି ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଯୁବୋଦୟ ଶିକ୍ଷାନୁଷ୍ଠାନ ର ଅଧ୍ୟାପକ ସନ୍ଦୀପ କୁମାର କୁଅଁର, କବି ଆନନ୍ଦ ଚନ୍ଦ୍ର ସାହୁ, ଜ଼ିଲ୍ଲା ଲେଖକ ପରିଷଦ ସଭାପତି ଅଧ୍ୟାପକ ଜୟକୁମାର ଆଚାର୍ଯ୍ୟ ମଂଚାସୀନ ହୋଇ କବିତା ର ଧାରା, ଭାବ ଓ ବିଭିନ୍ନ ବିଭବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅତିଥି ପରିଚୟ କବି ରାଜୀବ ଲୋଚନ ଆଚାର୍ଯ୍ୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଶୁଭଶ୍ରୀ ବିଶ୍ୱାଳ ଓ ଅଧ୍ୟାପକ ଶୁଭ୍ରାଂଶୁ ବେହେରାଙ୍କ ମନୋଜ୍ଞ ସଂଯୋଜନା ରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଅର୍ଦ୍ଧଶତାଧିକ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଡ଼ ସଞ୍ଜୟ ମିଶ୍ର ସଭା ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.