ଝାରସୁଗୁଡ଼ା,୨୭- ଝାରସୁଗୁଡ଼ା ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ରବିବାର ଅପରାହ୍ନ ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l କୋଲାବିରା ବ୍ଲକ କେଲେଣ୍ଡାମାଲ ପଞ୍ଚାୟତ ଗୁଡ଼ିଗାଁ ଗ୍ରାମର ବହୁ ମହିଳା ଓ ପୁରୁଷ ବିଜେପି ଦଳର ଆଦର୍ଶ ତଥା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ଲୋକହିତକର କାର୍ଯ୍ୟ କଲାପ ରେ ଅନୁପ୍ରାଣିତ ହୋଇ ବିଜେପି ରେ ଯୋଗଦାନ କରିଛନ୍ତି l ବିଧାୟକ ଟଙ୍କଧର ତ୍ରିପାଠୀ ନୂତନ ସଦସ୍ୟ ଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ l ଅନୁଷ୍ଠିତ ମିଶ୍ରଣ ପର୍ବରେ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମସେନ ରାଏ, କୋଲାବିରା ମଣ୍ଡଳ ସଭାପତି ରାଜେଶ ଦାଶ, ଉପସଭାପତି ସଞ୍ଜୟ କୁମାର ପୂଜାରୀ, କୋଲାବିରା ବ୍ଲକ ସାଂସଦ ପ୍ରତିନିଧି ସମରେନ୍ଦ୍ର ରାଏ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
Next Post