ସେବା ପକ୍ଷରେ ଦୁଇ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର

11


ଜମେରାରେ ୧୮୭ ଓ ଭଉଁରାରେ ୭୪ ଜଣଙ୍କୁ ମିଳିଲା ସ୍ୱାସ୍ଥ୍ୟସେବା


ଝାରସୁଗୁଡ଼ା, ୨୭/୯: ଭାରତୀୟ ଜନତା ପାର୍ଟି ପକ୍ଷରୁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ପାଳିତ ହେଉଥିବା ସେବା ପକ୍ଷ ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ରବିବାର କିର୍ମିରା ବ୍ଲକ ଭୀମଜୋର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭଉଁରା ଗ୍ରାମ ଓ ଝାରସୁଗୁଡ଼ା ବ୍ଲକ ଜମେରାଠାରେ ପୃଥକ ଭାବେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଉଭୟ ଶିବିରରେ ମୋଟ ୨୬୧ ଜଣ ସ୍ଥାନୀୟ ଲୋକ ସ୍ୱାସ୍ଥ୍ୟସେବାର ସୁଯୋଗ ନେଇଥିଲେ।

ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଉଭୟ କାର୍ଯ୍ୟକ୍ରମରେ ଯୋଗଦେଇ ଶିବିର ପରିଦର୍ଶନ କରିବା ସହ ସେବାକାରୀ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ଏହି ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବିଧାୟକ କହିଥିଲେ। ଯୁବକ ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସ୍ୱତଃପ୍ରବୃତ୍ତ ଭାବେ ଯୋଗଦେଇ ଲୋକଙ୍କୁ ସେବା ଯୋଗାଇ ଦେଉଥିବା ସେ ପ୍ରକାଶ କରିଥିଲେ।

କିର୍ମିରା ବ୍ଲକ ଭଉଁରାଠାରେ ଅନୁଷ୍ଠିତ ଶିବିରରେ ମେଡିକାଲ ଅଫିସର ଡାକ୍ତର ସୁରେନ, ମଣ୍ଡଳ ସଭାପତି ଉଦ୍ଧବ ସିଂ ନାଏକ, ମଣ୍ଡଳ ପ୍ରତିନିଧି ବିଜୟୀ ଶର୍ମା, ମଣ୍ଡଳ ସାଧାରଣ ସମ୍ପାଦକ ବାବୁଲାଲ କିଷାନ ଓ ଝସକେତନ ପ୍ରଧାନ, ‘ମନ୍ କି ବାତ୍’ ସଂଯୋଜକ ଯାମିନୀକାନ୍ତ ନାଏକ, ସରପଞ୍ଚ ମନ ବାଗଙ୍କ ସମେତ ଶୁଭମ ସାହୁ, ଦମ୍ବରୁଧର ପୂଜାରୀ, ପବନ ଶର୍ମା, ବିକି ଶର୍ମା, ସନ୍ଦୀପ ପଟେଲ, ଦଶରଥ ନାଏକ, ସବିତା ନାଏକ, ପ୍ରଶାନ୍ତ ରଂବିଡା, ଗଙ୍ଗାଧର ନାଏକ, ମଙ୍ଗଳ ପିଙ୍ଗ ଓ ଦୟାନିଧି କିଷାନଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସେହିପରି ଝାରସୁଗୁଡ଼ା ବ୍ଲକ ଜମେରାଠାରେ ଆୟୋଜିତ ଶିବିରରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମସେନ୍ ରାୟ, ମଣ୍ଡଳ ସଭାପତି ହେମରଞ୍ଜନ ସିଂ, ମଣ୍ଡଳ ସାଧାରଣ ସମ୍ପାଦକ ଜୟ ପ୍ରକାଶ ପାତ୍ର ଓ ମୁରଲୀ ସାହୁ, ପଞ୍ଚାୟତ ପ୍ରମୁଖ ସହଦେବ ସିଂ, ମଣ୍ଡଳ ଉପସଭାପତି ପ୍ରମିଳା ଭୋଇ ଓ ମଦନ ବେହେରା, ବିଲାସିନୀ ସାହୁ ଏବଂ ମହେନ୍ଦ୍ର ଗୁରୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ଜମେରା ସ୍ୱାସ୍ଥ୍ୟ ଶିବିରରେ ୧୮୭ ଜଣ ଓ କିର୍ମିରା ବ୍ଲକ ଭଉଁରା ଶିବିରରେ ୭୪ ଜଣ ସ୍ଥାନୀୟ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସେବାର ଲାଭ ଉଠାଇଥିଲେ।

Leave A Reply

Your email address will not be published.