ଓଡ଼ଗାଁ, ୧୮।୬(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପାଣ୍ଡେରୀପଡା ପଂଚାୟତବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିବା ନିମନ୍ତେ ଜାତୀୟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ନିର୍ମାଣ କରାଯାଉଥିବା ସ୍ୱାସ୍ଥ୍ୟ ସେବା କେନ୍ଦ୍ର ନିର୍ମାଣରେ ଅହେତୁକ ବିଳମ୍ବ ହୋଇଛି । ୪୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧୀନ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣରେ ଅହେତୁକ ବିଳମ୍ବ ହୋଇଥିବା ବେଳେ ନିମ୍ନ ମାନର କାର୍ଯ୍ୟ ନେଇ ଅଭିଯୋଗ ହୋଇଛି । କୋଠା ନିର୍ମାଣ ସମୟରେ କୌଣସି ବିଭାଗୀୟ ଯନ୍ତ୍ରୀ କିମ୍ବା ଅଧିକାରୀଙ୍କ ଉପସ୍ଥିତି ରହୁନଥିବା ବେଳେ ଦୁଇ ମହଲା ବିଶିଷ୍ଟ କୋଠା ଘରର ଛାତ ଓ ପ୍ଳାଷ୍ଟର କାମ ପରେ ଘରେ ତାଲା ପକାଇ କାମ ବନ୍ଦ ରହିଛି । ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ ସମୟ ହେଲା ଏହିପରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଧ ପନ୍ତରିଆ ଭାବେ ସମ୍ପୃକ୍ତ ଠିକାଦାର ଛାଡି ଦେଇଥିବା ବେଳେ ବିଦ୍ୟୁତ ଯୋଗାଣ କିମ୍ବା ଜଳ ଯୋଗାଣ ସହିତ ସାନିଟେସନ କାର୍ଯ୍ୟ କରିବା ନିମନ୍ତେ ଅବହେଳା ପ୍ରଦର୍ଶନ କରୁଥିବା ଜଣାଯାଇଛି । ଏ ସମ୍ପର୍କରେ ସ୍ଥାନୀୟ ବ୍ଲକ ହେଡ଼ କ୍ୱାର୍ଟରରେ କୌଣସି ଉତ୍ତରଦାୟୀ ଅଧିକାରୀ ନଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟପକ୍ଷେ ଏନେଇ ସମ୍ପୃକ୍ତ ଅଂଚଳର କେତେକ ସଚେତନ ଗ୍ରାମବାସୀ ଜନ ଶୁଣାଣି ପୋର୍ଟାଲରେ ଅଭିଯୋଗ କରିଥିବା ନିଜ ନାମ ଗୋପନ ରଖି କହିଛନ୍ତି । ସରକାରଙ୍କ ଅନୁଦାନକୁ ସଦୁପଯୋଗ କରିବା ପାଇଁ ଅଂଚଳବାସୀ ଦାବି କରିଥିବା ବେଳେ ବିଭାଗୀୟ ଅଧିକାରୀ ଏହିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post