ଅଦ୍ବିକା – କିଶୋରୀ ସୁଭଦ୍ରା ଦିବସ ରଜ ମହୋତ୍ସବ

2

ଓଡ଼ଗାଁ,୧୮।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଦ୍ବାରା ଆୟୋଜିତ ବ୍ଳକ ସ୍ତରୀୟ ଅଦ୍ବିକା – କିଶୋରୀ ସୁଭଦ୍ରା ଦିବସ ରଜ ମହୋତ୍ସବ – ୨୦୨୫ ରଙ୍ଗଣୀପାଟଣା ପଞ୍ଚାୟତ ସଭା ଗୃହ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଅଛି । ଓଡ଼ଗାଁ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଲହଡ଼ିମାଳା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର,ଜିଲ୍ଲା ହବ୍ ଷ୍ଟାଫ୍ ସୂର୍ଯ୍ୟକାନ୍ତ ସାହୁ, ସୁଜିତ୍ କୁମାର ପାତ୍ର, ସୁଶ୍ରୀ ସଙ୍ଗୀତା ଜେନା,ବିଶ୍ବ ପାର୍ଥବୀ ଯୋଗଦେଇ କିଶୋର କିଶୋରୀ ମାନଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି,ଭଲ ମନ୍ଦ ପରଖିବା, ବିଚାର କରିବାର ଶକ୍ତି ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ । ୫୦ରୁ ଉର୍ଦ୍ଧ୍ବ ଅଂଶଗ୍ରହଣକାରୀ କିଶୋର କିଶୋରୀ ସଚେତନତାର ବାର୍ତ୍ତା ବହନକରୁଥିବା ବାଲ୍ୟ ବିବାହ, ଅନ୍ଧ ବିଶ୍ବାସ ସଚେତନତା ମୂଳକ କ୍ଷୁଦ୍ର ନାଟକ ପରିବେଷଣ ମାଧ୍ୟମରେ ଲୋକମାନଙ୍କୁ ବୁଝାଇଥିଲେ।

Leave A Reply

Your email address will not be published.