ବିଜେପୁର :-ଓଡିଶା ସରକାର ର ଏକ ବର୍ଷପୂର୍ତ୍ତି ଅବସରରେ ଜୁନ ମାସ ୧୨ ତାରିଖ ରୁ ଆରମ୍ଭ ହୋଇଛି ଏହି ବିକାଶ ରଥ ସରକାର କରିଥିବା ଯୋଜନା ର ସଫଳ ରୂପାୟନ ଏବଂ ଆଉ ବାକିଥିବା ଯୋଜନା ଗୁଡିକ ଆଗାମୀ ଦିନରେ ସଫଳ କରିବା ଲାଗି ସରକାର ପ୍ରତିଶୃତି ବଦ୍ଧ ବୋଲି ଏହି ରଥ ମାଧ୍ୟମରେ ସାଧାରଣ ଙ୍କ ନିକଟରେ ପହଞ୍ଚାଯାଉଛି। ଏହିକ୍ରମେ ବିଜେପୁର ବ୍ଲକ ତାଳପଦର ପଂଚାୟତ ପରିସରରେ ପୋଷଣ ଅଭିଯାନ ସମ୍ବଦ୍ଧିୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବିକାଶ ବାହାନ ରଥ କୁ ଶଙ୍ଖବାଦ୍ୟ ହୁଳହୁଳି ଦେଇ ସ୍ୱାଗତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ଟି ପିଇଓ ଅଶ୍ବିନୀ ସାହୁ ଓ ସରପଞ୍ଚ କାମିନୀ ପଧାନ, ସମିତି ସଭ୍ୟା ସଞ୍ଜୁ ପଧାନ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସମାଜସେବୀ ସଞ୍ଜୀବ ପଧାନ, ସୁରେଶ ପଧାନ ଏହି ଅବସରରେ ଅନ୍ତୋଦୟ ଯୋଜନା ର କାର୍ଯ୍ୟାଦେଶ,ଭତ୍ତା, ସ୍ୱାସ୍ଥ୍ୟ ଅତିଥି ଙ୍କ ଦ୍ୱାରା ପ୍ରଦାନ କରାଗଲା lଏହି କାର୍ଯ୍ୟକ୍ରମ ରେ ଶତାଧିକ ଲୋକ ଦେଖିବା ମିଳିଥିଲା l ସରକାର ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ଲୋକଙ୍କୁ ସଚେତନ କରିଥିଲେ l
Sign in
Sign in
Recover your password.
A password will be e-mailed to you.