ମାଲକାନଗିରି(ସୁରେନ୍ଦ୍ର କୁମାର ବେମାଳ),୨୩/୦୯/୨୬: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛି ଓଡ଼ିଶା ଅଗ୍ନିଶମ ସେବା ଓ ଓଡ୍ରାଫ ଟିମ। ମାଲକାନଗିରି ଜିଲ୍ଲାରେ ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲ୍ଲାର ୨ ଟି ଓଡ୍ରାଫ ଟିମ ଗୋଟିଏ ମାଥିଲି ଓ ଅନ୍ୟଟି କାଲିମେଳା ଠାରେ ମୃତୟନ କରାଯାଇଛି। ଏହା ସହ ୮ଟି ଅଗ୍ନିଶମ କେନ୍ଦ୍ରକୁ ଆଲର୍ଟରେ ରଖାଯିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱଶେଷ ଟିମ୍ ନିୟୋଜିତ କରାଯାଇଛି।
ମାଲକାନଗିରିର କାଲିମେଳା, ପୋଟେରୁ, କାଙ୍ଗୁରକୋଣ୍ଡା,ମୋଟୁ ଓ ପାଙ୍ଗାମ ଭଳି ଜଳବନ୍ଦୀ ସମ୍ଭାବନା ଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବିଶେଷ ନଜର ରଖାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପାଖରେ ରବର ବୋଟ୍, ଲାଇଫ୍ ଜାକେଟ୍, ଲାଇଫ୍ ବୟ, ଆସ୍କା ଲାଇଟ୍, ଟେଲିସ୍କୋପିକ୍ ଲାଇଟ୍, ପାୱାର ସ’ ମେସିନ୍ ଏବଂ ହାଇଡ୍ରୋଲିକ୍ ପାୱାର ପ୍ୟାକ୍ ଭଳି ଆଧୁନିକ ଯନ୍ତ୍ରାଂଶ ମହଜୁଦ ରହିଛି। ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଲେ ମଧ୍ୟ ଅନ୍ଧାରରେ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ବାତ୍ୟା ର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ରହିଛି।
Sign in
Sign in
Recover your password.
A password will be e-mailed to you.