ବାସୁଦେବପୁର : ବାସୁଦେବପୁର ବ୍ଳକ ଅନ୍ତର୍ଗତ କରଞ୍ଜ ଆଡିଆ ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୦୫ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମହା ସମାରୋହରେ ଗୁରୁ ପୂଜନ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାର୍ଥ ସାରଥୀ ବିଶ୍ବାଳ ସଭାପତିତ୍ବ କରିଥିଲେ। ଏହି ଉତ୍ସବରେ ଅବସର ପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ଦାସ, ଗଦାଧର ଦାସ, ଅନିରୁଦ୍ଧ ଧନୀ, ଶୈଳେନ୍ଦ୍ର କୁମାର ନାୟକ, ଦୟାନିଧି ସାହୁ, ବ୍ରଜ ବିହାରୀ ବାରିକ୍, ବାଞ୍ଛାନିଧି ପଲେଇ, ଭୀମସେନ ବାରିକ, ମହେଶ୍ଵର ନାୟକ, ଅନନ୍ତ ଚରଣ ବାରିକ୍ ପ୍ରମୁଖ ଙ୍କୁ ମାନପତ୍ର ଓ ଉପଢ଼ୌକନ ସହିତ ବିଭିନ୍ନ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ଅବସର ପ୍ରାପ୍ତ ଶିକ୍ଷକ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ପୁରାତନ ଛାତ୍ର ଛାତ୍ରୀ ବିଦ୍ୟାଳୟରେ ବିତି ଯାଇଥିବା ସମୟ ଓ ଅତୀତର କଥାକୁ ସ୍ମୃତି ଚାରଣ କରିଥିଲେ। ଏହି ଉତ୍ସବରେ ଅବସର ପ୍ରାପ୍ତ ଶିକ୍ଷକ ଓ ସାହିତ୍ୟିକ ସୁରେଶ ଚନ୍ଦ୍ର ଦାସଙ୍କ ପୁସ୍ତକ ଅନୁଭୂତି ଗଳ୍ପମାଳା ଉନ୍ମୋଚିତ ହୋଇ ଥିଲା। ପୁରାତନ ଛାତ୍ର ଗଦାଧର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପୁରାତନ ଛାତ୍ର ଛାତ୍ରୀ ଅଜୟ କୁମାର ଦାସ, ସୁବାସ ଚନ୍ଦ୍ର ସାହୁ,କମଳାକାନ୍ତ ପଣ୍ଡା,ବିଶ୍ଵ ରଞ୍ଜନ ପଲେଇ, ଗଣେଶ ମହାଳିକ, ବିବେକାନନ୍ଦ ପରିଡା, ନିରାକାର ସାହୁ, ଶାନ୍ତନୁ କୁମାର ପାଣି, ଶରତ କୁମାର ମହାନ୍ତି, ଅମର ଚନ୍ଦ୍ର ବିଶ୍ଵାଳ, ବିଶ୍ୱ ପ୍ରତାପ ପରିଡା, ନୀଳମଣି ସାହୁ, ସତ୍ୟ ନାରାୟଣ ଦାସ, ଦାମୋଦର ବାରିକ୍, ମନୋଜ କୁମାର ଦାସ, କମଳିନୀ ସ୍ବାଇଁ, ଭଗବତୀ ପରିଡା, ରତ୍ନାବତୀ ପରିଡା, ସ୍ନେହଲତା ସାହୁ, ସୁନୀତା ନାୟକ, ରେବତୀ ବାରିକ୍, ଜାନକୀ ଦାସ ପ୍ରମୁଖ ଉତ୍ସବ ପରିଚାଳନା କରିବାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post