ଜିଲ୍ଲା, ବ୍ଲକ ଓ ସହରାଞ୍ଚଳ ସ୍ତରୀୟ ଟେବୁଲ ଟପ୍ କାର୍ମଶାଳା ଅନୁଷ୍ଠିତ

2

ଭବାନୀପାଟଣା :ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କଳାହାଣ୍ଡିଙ୍କ ଆନୁକୂଲ୍ୟରେ ସାମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ କାର୍ମଶାଳା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ରାଜ୍ୟସ୍ତରରୁ ପର୍ଯ୍ୟବେକ୍ଷକ ଭାବରେ ଜୟ ଜଗତ ସାହୁ, ଡି.ଜି.ଏମ୍. ଓସଡାମା ଉପସ୍ଥିତ ରହି ବିପର୍ଯ୍ୟୟ ପରିଚାଳନା ଉପରେ ଓସଡାମା ର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଟେବୁଲ ଟପ୍ କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପ, ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା ଜିଲ୍ଲାରେ ସାମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନେ ସଜାଗ ଓ ପ୍ରସ୍ତୁତ ହୋଇ ରହିବା ସହ ଉତ୍ତମ ସମନ୍ଵୟ ରଖି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ । ବିପର୍ଯ୍ୟୟ ସମୟରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ନିଜ ନିଜ ବିଭାଗର ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତି, ବିପର୍ଯ୍ୟୟ ପୂର୍ବବର୍ତ୍ତୀ, ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରବର୍ତ୍ତୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହି କିପରି ଲୋକଙ୍କର ଧନ ଜୀବନ ର ସୁରକ୍ଷା କରିବେ ଓ କ୍ଷୟକ୍ଷତି ହ୍ରାସ କରିପାରିବେ ସେ ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ଏହି ଟେବୁଲ ଟପ୍ କର୍ମଶାଳାରେ ଜିଲ୍ଲାର ସମସ୍ତ ବିଭାଗ, ଅଗ୍ନିଶମ ବାହିନୀର ଅଧିକାରୀମାନେ ଉପସ୍ଥିତ ରହି ସମ୍ଭାବ୍ୟ ବିପର୍ଯ୍ୟୟ ର କିପରି ମୁକାବିଲା କରିବେ ସେ ଦିଗରେ ନିଜ ନିଜ ବିଭାଗର ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ସେହିପରି ଆଜି ଅପରାହ୍ନରେ ଜିଲାର ସମସ୍ତ ୧୩ ଗୋଟି ବ୍ଲକ ଓ ୪ ଗୋଟି ସହରାଞ୍ଚଳରେ ଏହି ଟେବୁଲ ଟପ୍ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ତା. ୧୯.୦୫.୨୦୨୫ ରିଖ ଦିନ ଜିଲ୍ଲାର ୪ ଗୋଟି ବନ୍ୟା ଆଶ୍ରୟ ସ୍ଥଳୀରେ ଟେବୁଲ ଟପ୍ ଓ ମକ୍ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଟେବୁଲ ଟପ୍ କାର୍ଯ୍ୟକ୍ରମ ଓ ମକ୍ ଡ୍ରିଲ ସୁପରିଚାଳନା ର ତଦାରଖ କରିବା ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ଵ ଜିଲ୍ଲାପାଳ କଳାହାଣ୍ଡି ଙ୍କ ଦ୍ୱାରା ପ୍ରଦାନ କରାଯାଇଅଛି ।

Leave A Reply

Your email address will not be published.