ଗୋପାଳପୁର -ସମ୍ବଲପୁର ରେଳପଥ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ ସଚେତନତା ରଥ ଭଞ୍ଜନଗର ରେ ପରିକ୍ରମା

0 2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }

ଗୋପାଳପୁର-ରେଢାଖୋଲ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦାବି ନେଇ ଆଜି ୧୩ ତାରିଖ ୨୦୨୫ ଶୁକ୍ରବାର ଦକ୍ଷିଣ ଓଡିଶା ରେଳପଥ ଓ ସାମୁହିକ ଭିତ୍ତିଭୂମୀ ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭଞ୍ଜନଗର ଠାରେ ଜନସଚେତନତା ରଥ ପରିକ୍ରମା କରିଛି। ଏହି ରଥ ବ୍ରହ୍ମପୁରରୁ ବାହାରି ହିଞ୍ଜିଳିକାଟୁ,ଆସିକା ସହର ପରିକ୍ରମା କରିବା ପରେ ଅପରାହ୍ନରେ ଭଞ୍ଜନଗର ଠାରେ ପହଞ୍ଚିଥିଲା। ସହର ଉପକଣ୍ଠ ବାଇପାସ୍ ଛକରେ ସ୍ବାଗତ କରିବା ପରେ ପ୍ରଥମେ ଚକରା ବିଷୋୟୀ ଛକରେ ପହଞ୍ଚି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଏକ ବାଇକ ଶୋଭାଯାତ୍ରା ଭେଜିପୁଟ,ଷ୍ଟେଟ୍ ବ୍ୟାଙ୍କ ଛକ,ଖାଲାସାହି, ମେନ୍ ରୋଡ ଅତିକ୍ରମ କରି ମହାବୀର ଛକ ଠାରେ ପହଞ୍ଚିଥିଲା। ସେଠାରେ ରଥ ସହ ଆସିଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କ ସହ ସ୍ଥାନୀୟ ଓକିଲ ସଂଘର ଆହ୍ବନକ୍ରମେ ଆସିଥିବା ବଣିକ ସଂଘ,ଘୁମୁସର ବାହିନୀ,ବରିଷ୍ଠ ନାଗରିକ ମଞ୍ଚ,ଶିକ୍ଷାବିତ୍,ବିଭିନ୍ନ ସଂଘର କର୍ମକର୍ତ୍ତା ଯୋଗଦେଇ ରେଳପଥର ଆବଶ୍ୟକତା ଓ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁରରୁ ଆସିଥିବା କମିଟିର ଆବାହକ ସରୋଜ ପଟ୍ଟନାୟକ,ପ୍ରିତିଶ ପାଣିଗ୍ରାହୀ,ବାଳକୃଷ୍ଣ ପଣ୍ଡା,ଆଦିତ୍ୟ ରଥ,ରଜେନ୍ଦ୍ରକୁମାର ପଣ୍ଡା,ଲକ୍ଷ୍ମୀ ନାରାୟଣ ପାଢୀ,ବିନୋଦ ଠାକୁର,ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୋମନାଥ ନାୟକ,ଓକିଲ ସଂଘ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର,ସମ୍ପାଦକ ଜ୍ୟୋତିରାଜପତି,ଉପସଭାପତି ସନ୍ତୋଷ ନାୟକ,ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ପ୍ରଶାନ୍ତ ମହାନ୍ତି,ସରପଞ୍ଚ ଉଦ୍ଧବ କୁମାର ମିଶ୍ର,ଧବଳେଶ୍ବର ମାଝି,ସମୀର ନାୟକ,ସନ୍ତୋଷ ପାଳ,ଜଗବନ୍ଧୁ ଜେନା,ସନ୍ତୋଷ ଜେନା,ପ୍ରକାଶ ଚନ୍ଦ୍ର ସାହୁ,ଗୌରୀ ଶଙ୍କର ପାତ୍ର,ସୁଶାନ୍ତ ମହାପାତ୍ର,ଭଞ୍ଜ କିଶୋର ପ୍ରଧାନ,ନଚିକେତା ପ୍ରଧାନ,ମାଧବ ନାୟକ,ଦେବାଶିଷ ସାହୁ, ଉଦୟନାଥ ପଣ୍ଡା, ପୁରୁଷୋତ୍ତମ ମହାପାତ୍ର, ରଞ୍ଜିତ ଜେନା ଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Leave A Reply

Your email address will not be published.