ସାରସକଣା ୧୩/୬/୨୫ ଶାସକ: ପ୍ରଶାସକ ,,,,,ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ଝାରପୋଖରୀଆ ଵଜାର ଠାରୁ ସାରସକଣା ବ୍ଳକ୍ ଦେଇ ଯାଇଥିବା ସଂଖାଭଙ୍ଗା ର ମୁଖ୍ୟ ରାସ୍ତାଟି ଅନେକ ବର୍ଷ ହେବ ସମ୍ପୁର୍ଣ୍ଣ ରାସ୍ତାଟିର ମଝିରେ ମଝିରେ ବଡ଼ବଡ଼ ଗାତ ହୋଇ ନାହିଁ ନଥିବା ଅବସ୍ଥା ରେ ପଡି ରହି ରାସ୍ତା ଟି ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହି ଅଛି। ତେବେ ଏହି ରାସ୍ତା ଟିର ସମ୍ପୁର୍ଣ୍ଣ ମରାମତି ପାଇଁ ଅଞ୍ଚଳର ଜନସାଧାରଣ ମାନେ ଉପରସ୍ଥ ଅଧିକାରୀ ମାନଙ୍କ ଅଫିସ ଗୃହ ଗୃହ କୁ ଯାଇ ଲିଖିତ ଆକାରରେ ବାରମ୍ବାର ଜଣାଇ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ନେଇ ନା ଥିବାର ଜଣା ପଡ଼ିଛି । ବାଧ୍ୟ ହୋଇ ଜନ ସାଧାରଣ ମାନେ ଆଜକୁ ପ୍ରାୟ ଦୁଇ ବା ତିନିଦିନ ହେବ ରାସ୍ତାର ଉନ୍ନତି କରଣ ପାଇଁ ରାଜ ରାସ୍ତା ଅବରୋଧ କରିବା ବିଷୟକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଆହୁରି ଜଣ ସାଧାରଣ ମାନଙ୍କୁ ଏ ରାସ୍ତା ଅବରୋଧ ରେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଅନୁରୋଧ କରିଥିବା ର ଦେଖି ତରବରିଆ ଭାବେ ପ୍ରଶାସନ ରାସ୍ତା ଟିର ପେଚିଁ କାମ ଆରମ୍ଭ କରି ଦେଇଛନ୍ତି । ତେବେ ଏହି ପେଚିଂ କାମ ରାସ୍ତା ଟିରେ ଥିବା କେବଳ ଗାତ ଗୁଡ଼ିକ ରେ ପଥର ଓ ପଥର ଗୁଣ୍ଡ ଦେଇ ଏପରି ପେଚିଙ୍ଗ କରାଯାଉ ଅଛି କି ତାହା ଆହୁରି ବିପଦ ସୃଷ୍ଟି କରୁଅଛି । ଏହି ବିପଦ କୁ ଆଖିରେ ଦେଖି ଆଜି ଧାନଘେରୀ ଠାରେ ଅଞ୍ଚଳର କିଛି ଜନସାଧାରଣ ମାନେ ଆସି ଉକ୍ତ ରାସ୍ତା କାର୍ଯ୍ୟ ର କାର୍ଯ୍ୟ ଶୈଳୀ କୁ ଦୃଷ୍ଟି ରେ ରଖି ଉକ୍ତ ରାସ୍ତାଟିର କାର୍ଯ୍ୟକୁ ବନ୍ଦ କରି ଆନ୍ଦୋଳନ କରିଥିଲେ । ତେବେ କିଛି ଘଣ୍ଟା ପରେ ସାରସକଣା ବ୍ଳକ୍ ବିଡ଼ିଓ ଆସି ଉକ୍ତ ଘଟଣା ସମ୍ବନ୍ଧ ରେ ବୁଝା ସୁଝ କରି ଏହାର ଉପଯୁକ୍ତ ପଦକ୍ଷେପ ନେବାକୁ ଜନସାଧାରଣ ମାନଙ୍କୁ କହିବା ପରେ ଆନ୍ଦୋଳନ ହଟି ଥିଲା । ତେବେ ସ୍ଥାନୀୟ ବିଧାୟକ ଙ୍କ ଉଦ୍ୟମ ଯୋଗୁଁ ଚିଠି ନମ୍ବର 2139/13.5.2025 ଅନୁଯାଇ ସରକାର ବିଜ୍ଞପ୍ତି ଜାରି ହୋଇଛି କାର୍ଯ୍ୟ ଖୁବଶିଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି। ମୟୁରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।
Sign in
Sign in
Recover your password.
A password will be e-mailed to you.