୧୩ ବର୍ଷର ବୈଭବଙ୍କ ଅନନ୍ୟ ଭକ୍ତି: ଘରେ କଲେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ବିଧି

0 2

ପୁରୀ, (ଅନିମେଶ ପଟ୍ଟନାୟକ): ପିଲା ବୟସରେ ମଧ୍ୟ ଅପାର ଭକ୍ତିର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ବୈଭବ ଶତପଥୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଓ ପ୍ରେମରେ ୧୩ ବର୍ଷର ବାଳକ । ନିଜ ଘରେ ପିଲାଟି ବେଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା କରନ୍ତି ଏହି କୁନି ଭକତ । ସ୍ନାନ ପୂର୍ଣ୍ଣିମା ଅବସରରେ ବୈଭବ ନିଜ ଘରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୦୮ ଗଡୁରେ ଜଳ ଆଣି ସ୍ନାନ କରାଇ, ପରେ ହାତୀ ବେଶରେ ତିନିଠାକୁରଙ୍କୁ ଶୃଙ୍ଗାର କରିଥିଲେ। ସକାଳୁ ପହଣ୍ଡି ନିତି ସହ ମନ୍ଦିର ନିୟମ ଅନୁଯାୟୀ ସମସ୍ତ ପୂଜା ପାଠ ନିଜେ ହିଁ କରିଥିଲେ।

ଗଜପତି ନଗର ବାସୀ ବିଜୟ କୁମାର ଶତପଥୀ ଓ ବନ୍ଦନା ଦାଶଙ୍କ ସୁପୁତ୍ର ହେଉଛନ୍ତି ବୈଭବ । ଡିଏଭି ପବ୍ଲିକ ସ୍କୁଲର ଅଷ୍ଟମ ଶ୍ରେଣୀରେ ପଢନ୍ତି ସେ । ,
ଏବେ ସ୍ଥାନୀୟ ଅଞ୍ଚଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ତାଙ୍କର ଅଦ୍ୱିତୀୟ ଭକ୍ତି ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପାରିଛନ୍ତି। ତାଙ୍କର ପିତା ବିଜୟ ଶତପଥୀ କହିଛନ୍ତି, “ବୈଭବ ବହୁତ ଛୋଟବେଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଦେଖି ମୁଣ୍ଡିଆ ମାରୁଥିଲା। ଆଜି ତାଙ୍କର ଏହି ନିଷ୍ଠା ଦେଖି ଆମେ ଆଶ୍ଚର୍ଯ୍ୟରେ ପଡ଼ିଯାଉଛୁ।”
ମହାପ୍ରଭୁଙ୍କ ଯାତ୍ରା, ବେଶ ପରିବର୍ତ୍ତନ, ନିତିକାନ୍ତି ଓ ପର୍ବପର୍ବାଣୀ ପ୍ରତି ବୈଭବଙ୍କର ଗଭୀର ଆଗ୍ରହ ଅଛି। ସେ ନିଜ ଘରରେ ପୂଜା ଦେବା ସହ ନିତିନିୟମ ଅନୁଯାୟୀ ବ୍ରତ ଓ ପୂଜାପାଠ କରିଥାନ୍ତି। ତାଙ୍କର ଏହି ଭକ୍ତି ଓ ଶ୍ରଦ୍ଧା ଦେଖି ଅଞ୍ଚଳବାସୀ ମଧ୍ୟ ବିସ୍ମିତ ଅଟନ୍ତି।

ବୈଭବଙ୍କ ଭକ୍ତିଭାବ ଏକ ବର୍ତ୍ତା ଦେଉଛି ଯେ, ମହାପ୍ରଭୁଙ୍କ ସେବା ପାଇଁ ବୟସ ମାଇନେ ରଖେ ନାହିଁ । ଯେଉଁଠି ଆଛି ଶ୍ରଦ୍ଧା, ସେଠି ଆଛି ଶ୍ରୀଜଗନ୍ନାଥଙ୍କର ସ୍ନେହ ଓ ଆଶୀର୍ବାଦ।

Leave A Reply

Your email address will not be published.