ରାୟଗଡ:-ତ. ୧୩/୦୬/୨୫- ଜିଲ୍ଲାରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ବୃଦ୍ଧିକୁ ଆଶଙ୍କା କରି ଏହାର ନିରlକରଣ ନିମନ୍ତେ ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ଶ୍ରୀମତୀ ପାରୁଲ ପଟାୱରୀ ଆଜି ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଆୱାସି ମାଧ୍ୟମରେ ବ୍ଲକସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ l ବିଶେଷ କରି ଜୁନ ମାସର ୧୫ ତାରିଖ ପରେ ବର୍ଷl ଯୋଗୁଁ ଝlଡlବlନ୍ତି, ଡେଙ୍ଗୁ ଓ ମେଲେରିଆର ପ୍ରାଦୁର୍ଭାବ ହେବl ସମ୍ଭବନା ଅଧିକ ଆଶଙ୍କl କରି ଜିଲ୍ଲାପାଳ ସମୀକ୍ଷା କରିଥିଲେ l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ରାୟଗଡ଼, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା,ପ୍ରକଳ୍ପ ପ୍ରଶାସକ ସାମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ, ଗ୍ରାମୀୟ ଜଳ ଯୋଗାଣ ସଂସ୍ଥା ର ନିର୍ବାହୀ ଯନ୍ତ୍ରୀ, ଶ୍ରୀ ଗୋପାଳ ନାୟକ, ସିଡିଏମଓ ପ୍ରଫୁଲ କୁମାର ପାଢ଼ୀ,ଅତିରକ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ମମତା ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତି ଦେଓ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଅସିମl ରାଓ, ଜିଲ୍ଲା ଶିକ୍ଷା ଅଧିକାରୀ ରାମ ନାହାକ, ରାୟଗଡ଼ ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାର, ଖାଦ୍ୟ ନିରୀକ୍ଷଣ ଅଧିକାରୀ, ଆୱାସି ମାଧ୍ୟମରେ ଯୋଗଦେଉଥିବା ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ l ଆସନ୍ତା ୨୦ ଜୁନ ରେ ବିଦ୍ୟାଳୟ ଖୋଲୁଥିବlରୁ ତାହା ପୂର୍ବରୁ ସ୍କୁଲ ହଷ୍ଟେଲ ଓ ଶ୍ରେଣୀ ଗୃହ ଗୁଡିକର ମରାମତି ଓ ବିଶୁଦ୍ଧ କରିବ ସହିତ ଦୈନିକ ରିପର୍ଟ ଦେବାକୁ ପାଇଁ ପିଏ ଆଇଟିଡିଏ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ. l ନାଳ ନର୍ଦମା ଗୁଡିକ ଶତପ୍ରତିଶତ ବିଷଧନ ଓ ସଫା ସୁତୁରା ରଖିବାକୁ ବିଡିଓ ଓ ପୌର ନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ପ୍ରତ୍ୟେକ ଏଏନଏମ ଓ ଅଙ୍ଗନବାଡି କେନ୍ଦ୍ରରେ, ଆଶା ମାନଙ୍କ ପାଖରେ ଯଥେଷ୍ଟ ପରିମାଣ ଓଆରେସ ଓ ଓ ଓଷଧ ମହଜୁଦ ରଖିବା, ଜଳ ନମୁନା ସଂଗ୍ରହ କରି ତାହାର ପରୀକ୍ଷା କରି ୨ଦିନ ମଧ୍ୟରେ ରିପର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଘରକୁ ଘର ଯାଇ ଲୋକଙ୍କୁ ସଚେତନତା କରିବେ l ପ୍ରତ୍ୟେକ ଗ୍ରାମର ଲୋକମାନେ ଯେପରି ସଚେତନ ହେବେ ସେଥି ପାଇଁ ଡlକଵାଜି ଯନ୍ତ୍ର ମାଧ୍ୟମରେ ଗାଁ ଗାଁ ବୁଲି ସଚେତନ କରାଯିବ l ଝାଡା ବାନ୍ତି ଓ ମେଲେରିଆ ଆକ୍ରାନ୍ତ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ଜିଲ୍ଲାପାଳ କହିଥିଲେ l ମଶାରୀ ଯେପରି ଶତପ୍ରତିଶତ ବ୍ୟବହାର କରିବେ ସେଥିପାଇଁ ଘରକୁ ଘର ଯାଇ ବୁଝାଇବାକୁ ଜିଲ୍ଲାପାଳ କହିଥିଲେ l ସେହିପରି ବିଦ୍ୟାଳୟ ଅନ୍ତେବାସୀ ମଧ୍ୟ ସମସ୍ତେ ବ୍ୟବହାର କରିବେ ସେଥିପାଇଁ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସୁନିଶ୍ଚିତ କରିବେ l ଚଳିତ ବର୍ଷ ଜଣେ ମଧ୍ୟ ଛୁଆ ଯେପରି ମେଲରିଆ, ଝlଡlବlନ୍ତିରେ ମୃତ୍ୟ ବରଣ ନକରନ୍ତି ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ସତର୍କ ରହିବାକୁ କହିଥିଲେ l ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଗାଁ କଲ୍ୟାଣ ସମିତି ପାଣ୍ଠି ବ୍ୟବହାର କରି ସଚେତନତା କାର୍ଯ୍ୟ କରିବେ l ହଷ୍ଟେଲ ପାଣିଟାଙ୍କି, ଝରକାର ମଶାରୀ ଦେବା, ପାଇଖାନା ମରାମତି ଓ ବିଶୋଧନ କାମ ବିଦ୍ୟାଳୟ ଖୋଲିବା ପୂର୍ବରୁ ସାରିବାକୁ ପିଏ ଆଇ ଟି ଡିଏ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି l ବିଦ୍ୟାଳୟ ଖୋଲିଲେ ଛାତ୍ର ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଧ୍ୟାନ ଦେବାକୁ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କହିଥିଲେ ଓ ଛାତ୍ରୀ ମାନଙ୍କ ଗର୍ଭ ଏ ଏନଏମ ଦ୍ୱାରା ପରୀକ୍ଷା କରିବାକୁ ଜିଲ୍ଲାପାଳ ବିର୍ଦେଶ ଦେଇଛନ୍ତି l ଏହାକୁ କୌଣସି ହଲ୍ଲୁକା ଭାବରେ ନନେଇ ଧ୍ୟାନ ଦେବାକୁ କହିଥିଲେ l ଜୀବଜନ୍ତୁବଙ୍କ ମଲା ମାଂସ ବହୁତ ଦିନ ରଖି ନା ଖାଇବାକୁ ଲୋକଙ୍କୁ ସଚେତନତା କରିବାକୁ କହିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post