ଜଗତସିଂହପୁର,ତା-୧୨.୦୬.୨୦୨୫/ସୁମନ୍ତକୁମାରଦାସ:ଆଜି ସନ୍ଧ୍ୟା ରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ୨୦୨୫ ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିବସ ରେ ସ୍ୱାସ୍ଥ୍ୟ ବିଭାଗ, ଶ୍ରମ ବିଭାଗ ଏବଂ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ କର୍ମଶାଳା ଆୟୋଜିତ ହୋଇଥିଲା।ସଭାକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ସରକାର ଙ୍କ ଏକ ବର୍ଷ ର ବିକାଶ ଯାତ୍ରା ବିଷୟ ରେ ଆଲୋକପାତ କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, କ୍ରୀଡା, କୃଷି ଆଦି ସମସ୍ତ କ୍ଷେତ୍ର ରେ ସରକାର ଙ୍କ ଅଭୂତପୂର୍ବ ସଫଳତା ବିଷୟରେ ଆଲୋଚନା କରିଥିଲେ। ପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ରଶ୍ମୀ ରଞ୍ଜନ ପଟ୍ଟନାୟକ ସ୍ଵାସ୍ଥ୍ୟ ବିଭାଗ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଶ୍ରମ ବିଭାଗ ପକ୍ଷରୁ ପ୍ରଭାଗୀୟ ଶ୍ରମ ଆୟୁକ୍ତ- ବାବାଆନନ୍ଦ ରଂଜନ ଦାସ,ଜିଲ୍ଲା ଶ୍ରମ ଅଧିକାରୀ ପ୍ରବର୍ତ୍ତନ ଶ୍ରୀ ଶିବ ନାରାୟଣ ସାହୁ ,ଜିଲ୍ଲା ଶ୍ରମ ଅଧିକାରୀ ସ୍ମୃତିରେଖା ନାୟକଓ ସହ ଶ୍ରମ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ବ୍ରହ୍ମା ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ବିଷୟ ରେ ଆଲୋଚନା କରିଥିଲେ। କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବିଜୟିନୀ ପଟ୍ଟନାୟକ କ୍ରୀଡା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟ ରେ ବର୍ଣ୍ଣନା କରିଥିଲେ। ଏହାପରେ ଶ୍ରମ ବିଭାଗ ର ୬ଜଣ ହିତାଧୀକାରୀ ଙ୍କୁ ବିବାହ ସହାୟତା ଭାବେ ୫୦୦୦୦ ଲେଖାଏଁ, ୨ ଜଣ ହିତାଧୀକାରୀ ଙ୍କୁ ଶିକ୍ଷା ସହାୟତା ନିମନ୍ତେ ୪୦୦୦୦ ଓ ଜଣଙ୍କୁ ୪୮୦୦୦ ଟଙ୍କା, ମୃତ୍ୟୁ ଜନିତ ସହାୟତା ପାଇଁ ୩,୦୫,୦୦୦ ଲେଖାଏଁ ପ୍ରଦାନ କରାଯାଇଥିଲା।ସେହିପରି ୫ ଜଣଙ୍କୁ ଶ୍ରମ କାର୍ଡ ଦିଆ ଯାଇଥିଲା। କ୍ରୀଡା ବିଭାଗର ଆନ୍ତର୍ଜାତୀୟ ଖୋ ଖୋ ଖେଳାଳୀ ସସ୍ମିତା ନାଥ ଶର୍ମା ଓ ପାରା ଅଲମ୍ପିକ୍ସ ଖେଳାଳୀ ପ୍ରଫୁଲ୍ଲ କୁମାର ଖଣ୍ଡାୟତ୍ରାୟ ଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶେଷରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଶିବ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.