ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଚକରା ବିଷୋୟୀ ବାଇପାସ୍ ଛକ ନିକଟରେ ଥିବା ଭଞ୍ଜନଗର ସହରର ଏକମାତ୍ର ପଞ୍ଜିକୃତ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଭବ୍ୟ ଓ ଉତ୍ସାହ ଓ ଉଦ୍ଦୀପନା ର ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଐତିହାସିକ ଘୁମୁସର ଦିବସ ପାଳନ କରାଯାଇଛି।
୧୮୭୦ ସାଲ ସେପ୍ଟେମ୍ବର ମାସ ୧୧ ତାରିଖରେ ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଏକାଠି କରିବା ପାଇଁ ସେତେବେଳର ଘଡିସନ୍ଧି ମୁହୁର୍ତ୍ତରେ ପ୍ରଥମ କରି ଓଡ଼ିଆ ଭାଷାକୁ ରାଜଭାଷାର ମାନ୍ୟତା ଦାବି କରି ଘୁମୁସର କାନକୁଟୁରର ଜନାର୍ଦ୍ଦନ ଦାସଙ୍କ ଆବାହକତ୍ୱରେ ରସୂଲକୋଣ୍ଡାର ଦୀନବନ୍ଧୁ ପଟ୍ଟନାୟକ, କାଟିଗାଂର ରାଜା ଭେଙ୍କଟେଶ ଦେଓ ଓ ଅନ୍ୟମାନଙ୍କ ସହଯୋଗରେ, ଏହିସବୁ ଜମିଦାର ମାନେ ବା ମହାନ୍ ପୁରୁଷମାନେ ରସୁଲକୋଣ୍ଡା ବର୍ତ୍ତମାନର ଭଞ୍ଜନଗର ମେଇନ୍ ରୋଡ଼ ଠାକୁରାଣୀ ପଡିଆ ଠାରେ ବିରାଟ ସମାବେଶ କରାଇ ଓଡ଼ିଶା ଇତିହାସରେ ସର୍ବପ୍ରଥମେ ଉଦ୍ଧାମ ସ୍ବର ଉତ୍ତୋଳନ କରିଥିଲେ। ସେହି ଐତିହାସିକ ସ୍ମୃତିକୁ ଜାଗରୁକ୍ ରଖିବା ନିମନ୍ତେ ପ୍ରତ୍ୟେକ ବର୍ଷ ଏହି ଦିବସକୁ ସେପ୍ଟେମ୍ବର ମାସ ୧୧ ତାରିଖରେ ଗଞ୍ଜାମ ତଥା ସାରା ଓଡ଼ିଶାରେ “ଘୁମୁସର ଦିବସ” ରୁପେ ପାଳନ କରାଯାଇଛି
ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ସହର ର ଅଗ୍ରଣୀ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ ଠାରେ ଘୁମୁସର ଦିବସ ପାଳନ ହୋଇଥିଲା।
ଏଥିରେ ଯୋଗଦେଇଥିଲେ ସମାଜସେବୀ ଭଞ୍ଜ ପ୍ରଧାନ ମହୋଦୟ, ଆଇନଜିଵୀ ସଂଗ୍ରାମ ମିଶ୍ର, ସଂପାଦକ ବାର୍ଡ ଅନୁଷ୍ଠାନ ପ୍ରକାଶ ସାହୁ, ନିର୍ଦ୍ଦେଶକ ବିଶ୍ୱରୂପ ସୋଲୁସନର ବି.ସୁଶାନ୍ତ ପାତ୍ର , ସ୍ବେଚ୍ଛାସେବୀ ସୁବାଷ ତ୍ରିପାଠୀ , ପ୍ରୋପ୍ରାଇଟର ଉତ୍କଳ ହେଲ୍ଥ ମେଡିସିନ ଷ୍ଟୋର ସରୋଜ ମିଶ୍ର, ବିପଦର ବନ୍ଧୁ ଅନୁଷ୍ଠାନର ଅରକ୍ଷିତ ପରିଚ୍ଛା, ଆଇନଜିବୀ ସଞ୍ଜୀବ ପାତ୍ର, ଆଇନଜିବୀ ଧିରେନ ସ୍ୱାଇଁ, ମନବିର୍ ଭୂୟାଁ ଓ ଅନ୍ୟ ବରିଷ୍ଠ ବ୍ୟକ୍ତିତ୍ୱ ବୃନ୍ଦ ।
ସଭାକୁ ସଞ୍ଚାଳନ କରିଥିଲେ ଅନୁଷ୍ଠାନର ସଭାପତି ପୁରୁଷୋତ୍ତମ ମହାପାତ୍ର, ଧନ୍ୟବାଦ୍ ଜ୍ଞାପନ କରିଥିଲେ ଅନୁଷ୍ଠାନର ସମ୍ପାଦକ ଉଦୟନାଥ ପଣ୍ଡା ମହୋଦୟ । ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଘୁମୁସର ଦିବସର ଇତିହାସ ଓ ଲକ୍ଷ୍ୟ ବିଷୟରେ ସୂଚନା ଦେଇଥିଲେ।ଅନୁଷ୍ଠାନ ତରଫରୁ ଘୁମୁସର ଦିବସକୁ ସରକାରୀ ମାନ୍ୟତା ଦାବିରେ ହସ୍ତାକ୍ଷର ଅଭିଯାନ ମଧ୍ୟ କରାଯିବା ସହିତ ଚକରା ବିଷୋୟୀ ଛକ ଠାରେ ଜନ ସାଧାରଣ ଙ୍କୁ ବିସ୍କୁଟ ପ୍ୟାକେଟ୍ ବଣ୍ଟନ କରାଯାଇଛି। ସେହିପରି ଘୁମୁସର ବିକାଶ ପରିଷଦ ଓ ବରିଷ୍ଠ ନାଗରିକ ମଞ୍ଚ ଭଳି ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ ସହିତ,ଫରେଷ୍ଟ ଡାକ ବଙ୍ଗଳା ରେ ହୋଇଥିବା ଘୁମୁସର ଦିବସ କାର୍ଯ୍ୟକ୍ରମରେ ଭଞ୍ଜନଗର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ୟ ଯୋଗଦାନ କରିଥିଲେ, ପୈ। ରପରିଷଦ କାର୍ଯ୍ୟାଳୟ ରେ, ଅବସର ପ୍ରାପ୍ତ ସୈନିକ କର୍ମଚାରୀ ସଂଘ,ଲେଖିକା ସଂଘ ( ଅନୁଷ୍ଠାନ ) ତରଫରୁ ଘୁମୁସର ଦିବସ ପାଳନ ହୋଇଥିଲା।