ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

13

ବାଣପୁର:(ସେକ୍ କୌସର): ଶୁକ୍ରବାର ଦିନ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ବାଣପୁର ବ୍ଲକ୍ ଅନ୍ତର୍ଗତ ବାନମ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଭୀମପୁର କ୍ଲଷ୍ଟର ରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଖନତ ଠାରେ ୧୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ମାନଙ୍କୁ ନେଇ ବାଣପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଓ ବିଆରସିସି ଙ୍କ ମାର୍ଗଦର୍ଶନରେ, ସିଆରସିସି ଶ୍ରୀ ପ୍ରମୋଦ କୁମାର ପାତ୍ର ଙ୍କ ଦ୍ଵାରା ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ନୂତନ ଶିକ୍ଷା ନୀତି ଅନୁଯାୟୀ ପରୀକ୍ଷା ପରିଚାଳନା, ଶ୍ରେଣୀ ପର୍ଯ୍ୟବେକ୍ଷଣ, ଗ୍ୟାଲେରୀ ୱାକ, ସାମଗ୍ରିକ ପ୍ରଗତି ପତ୍ର, ଇ – ବିଦ୍ୟା ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ପାଇଁ ତାଲିମ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ପିଲା ମାନଙ୍କର ନୈତିକ ମୂଲ୍ୟବୋଧ ଶିକ୍ଷା ର ଅଭିବୃଦ୍ଧି କିପରି ହୋଇପାରିବ ସେ ବିଷୟରେ ପ୍ରଧାନ ଶିକ୍ଷକ ଶ୍ରଯୁକ୍ତ ରାଧାକୃଷ୍ଣ ଗଡ଼ନାୟକ ମହୋଦୟ ଶିକ୍ଷକ ମାନଙ୍କ ର ମାର୍ଗଦର୍ଶନ କରିଥିଲେ।

Leave A Reply

Your email address will not be published.