ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲାଡ଼ରେ ହେବାକୁ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ଆଜି ଗୁରୁବାର ୧୨ ତାରିଖ ୨୦୨୫ ଦିନ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଚଳିତ ବର୍ଷର ରଥଯାତ୍ରା କିଭଳି ଅନ୍ୟ ବର୍ଷ ଠାରୁ ମହାଆଡମ୍ବରରେ,ଭବ୍ୟ ଓ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେନେଇ ସମସ୍ତ ଙ୍କ ସହଯୋଗ ଲୋଡିଛନ୍ତି। ଭଞ୍ଜନଗର ତହସିଲଦାର ସୁଶ୍ରୀ ଅଭିପ୍ସା ପଟ୍ଟନାୟକ ଚଳିତ ବର୍ଷର ରଥଯାତ୍ରା ବାବଦରେ ସୁଚନା ଦେଇଥିଲେ। ପରେ କୁଲାଡ଼ ରାଜସ୍ବ ନିରୀକ୍ଷକ ଭଗବାନ୍ ବେହେରା ଗତ ବର୍ଷ ରଥଯାତ୍ରା ର ଆୟବ୍ୟୟ ଉପରେ ତଥ୍ୟ ରଖିଥିଲେ। ବୈଠକ ରେ ପୁର୍ତ୍ତ ବିଭାଗ,ପୁଲିସ,ଅଗ୍ନିଶମ,ପାନିୟ ଜଳ ଯୋଗାଣ,ବିଦ୍ୟୁତ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ ମନ୍ଦିର ଅନେକ ସେବାୟତ ନାରାୟଣ ପଣ୍ଡା, ପ୍ରମୋଦ କୁମାର ପାଢ଼ୀ, ରାମକୃଷ୍ଣ ଦାସ, ଅରକ୍ଷିତ ପରିଛା, ବିଶିଷ୍ଟ ସମାଜସେବୀ ମୁରଲୀଧର ପଣ୍ଡା, ବ୍ରହ୍ମାନନ୍ଦ ଦାସ, ସଞ୍ଜୟ ପ୍ରଧାନ, ଲୁଲୁ ପଣ୍ଡା, ସହିତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଆଲୋଚନା ରେ ଅଶଂଗ୍ରହଣ କରିଥିଲେ। ଅତିରିକ୍ତ ତହସିଲଦାର ଅବିନାଶ ମହାର ଧନ୍ୟବାଦ ଅର୍ପଣ କରିଥିଲେ। ଏବଂ ଏଥିରେ ମଧ୍ୟ ସୁଚନା ଲୋକସମ୍ପର୍କ ଅଧିକାରୀ ଗୈ।ରି ଶଙ୍କର ସତପଥି ଓ ଅନେକ ସାମ୍ବାଦିକ ବନ୍ଧୁ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ସାମ୍ବାଦିକ ଙ୍କୁ ଧମକ ଦେବା ଘଟଣା ରେ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶ୍ନ ହେବାରୁ ଚିହିଁକି ଉଠିଲେ ବରଗଡ ବିଧାୟକ I
Next Post