ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଦ୍ମପୁରରେ ଗଙ୍ଗାଧର ଜୟନ୍ତୀ ପାଳିତ ।

7

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଦ୍ମପୁର ପରିସରରେ ଅଧ୍ୟକ୍ଷା ମମତା ସାହୁ ଙ୍କ ସଭାପତିତ୍ୱ ରେ ଗଙ୍ଗାଧର ମେହେର ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ଦଧିବାମନ ମହାବିଦ୍ୟାଳୟ ର କାର୍ଯ୍ୟରତ ଓଡ଼ିଆ ଅଧ୍ୟାପକ ଡକ୍ଟର ଦୁର୍ଗାଶିଷ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଗଙ୍ଗାଧର ସାହିତ୍ୟ ର ଆଧ୍ୟାତ୍ମିକ ଦୃଷ୍ଟିକୋଣ ବିଷୟରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଅର୍ଥନୀତି ବିଭାଗ ର ଅଧ୍ୟାପକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରାସାଦ ଷଡଙ୍ଗୀ ଗଙ୍ଗାଧର ସାହିତ୍ୟ କୁ ସାମଗ୍ରୀକ ଭାବେ, ସଂସ୍କୃତ ବିଭାଗ ର ଅଧ୍ୟାପକ ଶ୍ରୀଯୁକ୍ତ କୃଷ୍ଣ ଚରଣ ଦାଶ ଗଙ୍ଗାଧର ସାହିତ୍ୟ ର ତୁଳନାତ୍ମକ ବିବରଣୀ ଏବଂ ଓଡ଼ିଆ ଅଧ୍ୟାପିକା ଅମିତା ପତି ଗଙ୍ଗାଧର ସାହିତ୍ୟ ରେ ବିଦ୍ୟମାନ ଥିବା ବିଜ୍ଞାନ ର ନିଗୁଢ଼ ତଥ୍ୟ ବିଷୟରେ ବର୍ଣ୍ଣନା କରିଥିଲେ l ପରେ ବିଭିନ୍ନ ପ୍ରତିଯୋଗିତା ରେ କୃତୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାହୋଇଥିଲା ଏବଂ ଶେଷରେ ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ସଂଯୋଜନା କରିଥିବାବେଳେ ଅଧ୍ୟାପିକା ଆଭାମୟୀ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ସନତ ମିଶ୍ର, ନୀଲେଶ ନେଗୀ, ଅଭିଜିତ ପାଣିଗ୍ରାହୀ,ଦିଲୀପ କୁମାର ବେହେରା, ଗୋବିନ୍ଦ ପଣ୍ଡା ଅଧ୍ୟାପିକା ପାୟଲ ମୋଦି, ଡଲି ସାହୁ, ମେନକା ସିଦାର, ସ୍ୱସ୍ତିକା ସରାଫ, ବିନିସ୍ମିତା ପଣ୍ଡା ଶୀର୍ଷା ଶେଫାଳି ଦାଶ ଏବଂ ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ l

Leave A Reply

Your email address will not be published.