ଡ଼ାବୁଗାଁ ରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଜଗନ୍ନାଥ ମନ୍ଦିର ପରିସରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀ ଜିଉ ଙ୍କ ସ୍ନାନ ଉତ୍ସବ ପାଳିତ ହୋଇଯାଇଛି। ପୂର୍ବାହ୍ନ ୧୧ ଘଣ୍ଟ ସମୟରେ ରତ୍ନ ସିଂହାସନ ରୁ ପ୍ରଭୁ ଜଗନ୍ନାଥ,ବଳଭଦ୍ର ,ମା ସୁଭଦ୍ରା ଓ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ସେବାୟତ ଓ ଦଇତା ପତି ମାନେ ପହଣ୍ଡି କରାଇ ସ୍ନାନ ମଣ୍ଡପ ପର୍ଯ୍ୟନ୍ତ ନେଇଥିଲେ। ସେଠାରେ ଜଗନ୍ନାଥ ମନ୍ଦିର ପୂଜକ ନବୀନ ଚନ୍ଦ୍ର ପାଢି ଙ୍କ ଦ୍ଵାରା ରୀତିନୀତି ପୂଜା କରାଯାଇ ଦଇତା ପତି ମାନଙ୍କ ଦ୍ଵାରା ୧୦୮ ସୁବାସିତ ଜଳରେ ଶ୍ରୀ ଜିଉ ଙ୍କୁ ସ୍ନାନ କରାଯାଇଥିଲା। ଏହାପରେ ଶ୍ରୀ ଜୀଉଙ୍କୁ ଗଜାନନ ବେଶ ରେ ସୁସଜ୍ଜିତ କରାଯାଇ ଆଡ଼ପ ମଣ୍ଡପ ରେ ବିରାଜମାନ କରା ଯାଇଥିଲା। ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ଦର୍ଶନ କରିବାକୁ ଭକ୍ତ ଙ୍କ ପ୍ରବଳ ଭିଡ ହୋଇଥିଲା। ମହିଳା ମାନେ ଶଙ୍ଖନାଦ ଓ ହୁଳହୁଳି ପକାଇ ଦଇତାପତି ଓ ସେବାୟତ ଙ୍କୁ ସହଯୋଗ କରିଥିଲେ। ଏହାପରେ ଆଗାମୀ ୨୭ ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ଘୋଷଯାତ୍ରା ନିମନ୍ତେ ରଥ କାର୍ଯ୍ୟ ର ଶୁଭାରମ୍ଭ ହୋଇଥିଲା। ଦେବସ୍ନାନ ପୂର୍ଣ୍ଣିମା ରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ସ୍ଥାୟୀ ସଭାପତି ତହସିଲଦାର ଗୀତା ମୁର୍ମୁ,ଉପ ସଭାପତି ଜି ଭେଙ୍କେଟେଶ୍ୱର ରାଓ,ସମ୍ପାଦକ ଭଗବାନ ମହାନ୍ତି,କୋଷାଧ୍ୟକ୍ଷ ଜି ସାଇ ରାଜୁ,ଏମ ଆପ୍ପା ରାଓ, ଏମ ବୁଲୁ ରାଓ,ସୁରେନ୍ଦ୍ର ମିଶ୍ର,କୈଳାଶ ବିଶୋଇ,ଗୁପ୍ତ ବିଶୋଇ,ସୂର୍ଯ୍ୟ ନାରାୟଣ ସୁବୁଦ୍ଧି, ପ୍ରକାଶ ପଣ୍ଡା,ବାବି ଜେନା,ଆର ଶଙ୍କର ରାଓ, ରାଜେନ୍ଦ୍ର ମିଶ୍ର,ସଞ୍ଜୟ ପାଢ଼ୀ,ଏମ ରମେଶ,ମନୋଜ ପାତ୍ର, ସତ୍ୟ ପାତ୍ର, ଲ୍ୟାମ୍ପ ଏମ ଡି ହରିବନ୍ଧୁ ମିର୍ଗାନ ଓ ରାଜେଶ ଅଗ୍ରୱାଲ ସହ ଅନ୍ୟମାନେ ଉପସ୍ଥିତ ଥିବା ବେଳେ ଦଇତା ପତି ସନ୍ନତ ନାୟକ,ତ୍ରିନାଥ ଦାସ,ନୀଳକଣ୍ଠ ମହାପାତ୍ର,କୃଷ୍ଣ ପଣ୍ଡା,ପ୍ରଦୀପ ସାହୁ,ମୁନା ପାତ୍ର,ରଞ୍ଜନ ମିଶ୍ର ସେବାୟତ ଗୋବିନ୍ଦ ପଣ୍ଡା,ଭଗବାନ ଖୁଣ୍ଟିଆ ଓ ଡାହୁକ ରଘୁନାଥ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.