୫ ନମ୍ବର ୱାର୍ଡରେ ‘ଦ୍ୱାରଦେଶରେ ଏନ୍‌ଏସି’

10


ଲୋକଙ୍କ ସମସ୍ୟା ପଚାରି ବୁଝିଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ


ଓଡ଼ଗାଁ, ୯।୯(ଶ୍ରୀକାନ୍ତ କୁମାର ମିଶ୍ର):
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପକ୍ଷରୁ ‘ଦ୍ୱାରଦେଶରେ ଏନ୍‌ଏସି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ସହଯୋଗୀ ଯନ୍ତ୍ରୀ ଓ ବିଭିନ୍ନ ବିଭାଗର କର୍ମଚାରୀଙ୍କ ସହ ୫ ନମ୍ବର ୱାର୍ଡ ପାଟଣା ସାହିରେ ପହଞ୍ଚି ଲୋକଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ସାହିବାସୀ ଭତ୍ତା, ରାସନ କାର୍ଡରେ ନାମ ଯୋଗ, ଡ୍ରେନ୍‌ ନିର୍ମାଣ ଏବଂ କୋଠଘରେ ଟାଇଲ୍‌ ପକାଇବା ଭଳି ବିଭିନ୍ନ ସମସ୍ୟା ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ। ଏଥିସହ କିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ମଧ୍ୟ ଯୋଜନା ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କନିଷ୍ଠ ଯନ୍ତ୍ରୀ ସାର୍ଥକ ସ୍ୱାଇଁ, ଭତ୍ତା ସମ୍ପର୍କିତ ଅଭିଯୋଗ ପାଇଁ ନୀଳମାଧବ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏନ୍‌ଏସିର ବିଭିନ୍ନ ୱାର୍ଡକୁ ଯାଇ ଲୋକଙ୍କ ସମସ୍ୟା ଶୁଣିବା ସହ ଯଥାସମ୍ଭବ ତାହାର ସମାଧାନ କରାଯିବ ବୋଲି ଅଧିକାରୀ କହିଛନ୍ତି।

Leave A Reply

Your email address will not be published.