ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ନିର୍ମାଣ ଏବଂ ଉତ୍ପାଦନ କ୍ଷେତ୍ର ପାଇଁ ପ୍ରିମିୟମ୍ ଗାଲଭାନାଇଜଡ୍ ଷ୍ଟିଲ୍ ବ୍ରାଣ୍ଡ ‘ପେଲିକାନ୍’ ର ବଜାର ପ୍ରବେଶ

10


ଭୁବନେଶ୍ୱର, ସେପ୍ଟେମ୍ବର ୦୯, ୨୦୨୬: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ), ପକ୍ଷରୁ ଭାରତର ନିର୍ମାଣ, ଭିତ୍ତିଭୂମି, ଉତ୍ପାଦନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରର ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ପ୍ରିମିୟମ୍ ଗାଲଭାନାଇଜଡ୍ ଇସ୍ପାତ ବ୍ରାଣ୍ଡ ଏଏମ୍/ଏନ୍ଏସ୍ ପେଲିକାନ୍ ବଜାରରେ ପ୍ରବେଶ କରିଛି। ଏହି ବ୍ରାଣ୍ଡ କମ୍ପାନୀର ମୂଲ୍ୟବର୍ଦ୍ଧିତ ଇସ୍ପାତ ସମାଧାନର ପୋର୍ଟଫୋଲିଓକୁ ସୁଦୃଢ଼ କରିବା ସହିତ ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ଉତ୍ପାଦ ବିକଶିତ କରିବା ଉପରେ ଏହାର ଗୁରୁତ୍ୱକୁ ସ୍ପଷ୍ଟ କରୁଛି । ଭିତ୍ତିଭୂମି ବିକାଶ, ଶିଳ୍ପ ସମ୍ପ୍ରସାରଣ ଓ ନିର୍ମାଣ ଏବଂ ଉତ୍ପାଦନ ପ୍ରୟୋଗଗୁଡ଼ିକରେ ଦୀର୍ଘସ୍ଥାୟୀ, କମ୍ ରକ୍ଷଣାବେକ୍ଷଣଯୁକ୍ତ ସାମଗ୍ରୀ ପାଇଁ କ୍ଷୟ-ପ୍ରତିରୋଧୀ ଇସ୍ପାତ ଉତ୍ପାଦର ଚାହିଦା ବୃଦ୍ଧି ପାଉଥିବା ସମୟରେ ଏହି ଉତ୍ପାଦର ବଜାର ପ୍ରବେଶ କରାଯାଇଛି।
ଏଏମ୍/ଏନ୍ଏସ୍ ଇଣ୍ଡିଆର ବିକ୍ରୟ ଏବଂ ବିପଣନ ବିଭାଗ ନିର୍ଦ୍ଦେଶକ ଏବଂ ଭାଇସ୍ ପ୍ରେସିଡେଣ୍ଟ ରଞ୍ଜନ ଧର କହିଛନ୍ତି: “ଭାରତୀୟ ଗ୍ରାହକମାନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ପ୍ରୟୋଗ ଏବଂ ପ୍ରଦର୍ଶନ ଆଧାରରେ ଇସ୍ପାତ ସମାଧାନର ଆବଶ୍ୟକତା ବଢ଼ୁଛି। ଏଏମ୍/ଏନ୍ଏସ୍ ପେଲିକାନ୍ ଏକ ଉଚ୍ଚ-ଗୁଣବତ୍ତା ବିଶିଷ୍ଟ ଗାଲଭାନାଇଜଡ୍ ଇସ୍ପାତ ସମାଧାନ ପ୍ରଦାନ କରୁଛି, ଯାହା ନିର୍ଭରଯୋଗ୍ୟ କ୍ଷୟ ପ୍ରତିରୋଧ ସୁରକ୍ଷା ସହିତ ସ୍ଥିର ଗୁଣବତ୍ତା ଏବଂ ପ୍ରଦର୍ଶନ ପ୍ରଦାନ କରୁଛି । ଏହାଦ୍ଵାରା ଆମର ବର୍ଦ୍ଧିତ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦ ପୋର୍ଟଫୋଲିଓ ଆହୁରି ମଜବୁତ ହେବ ଏବଂ ନିର୍ମାଣ, ଉତ୍ପାଦନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଆମେ ଗ୍ରାହକମାନଙ୍କୁ ପ୍ରଦାନ କରୁଥିବା ମୂଲ୍ୟବର୍ଦ୍ଧିତ ସମାଧାନର ପରିସର ମଧ୍ୟ ବ୍ୟାପକ ହେବ।”
ଗାଲଭାନାଇଜଡ୍ ଇସ୍ପାତରେ ଏକ ସୁରକ୍ଷାତ୍ମକ ଆବରଣ ଅଛି ଯାହା ଏହାକୁ କଳଙ୍କି ଏବଂ କ୍ଷୟରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଗ୍ରାହକମାନଙ୍କୁ ନିର୍ଭରଯୋଗ୍ୟ କଳଙ୍କି ସୁରକ୍ଷା ଓ ଗୁଣବତ୍ତା, ଏବଂ ଦୀର୍ଘସ୍ଥାୟୀ ସେବା ପ୍ରଦାନ ପାଇଁ ଏଏମ୍/ଏନ୍ଏସ୍ ପେଲିକାନ୍ କୁ ବିକଶିତ କରାଯାଇଛି। ଏହାର ଉତ୍କୃଷ୍ଟ କ୍ଷରଣ ପ୍ରତିରୋଧ କ୍ଷମତା, ଏକକ ଆବରଣ ଗୁଣବତ୍ତା ଏବଂ ଉତ୍କୃଷ୍ଟ ଗଠନଶୀଳତା ଏହାକୁ ଏପରି ପ୍ରୟୋଗ ପାଇଁ ଉପଯୁକ୍ତ କରିଥାଏ ଯେଉଁଠାରେ ଦୀର୍ଘସ୍ଥାୟୀତ୍ୱ, ରୂପରେଖ ଏବଂ ଆକାର ନେବା କ୍ଷମତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଉତ୍ପାଦକୁ ଛାତ ଏବଂ ଛାତକୁ ସୁରକ୍ଷା ଦେଉଥିବା ଭାଗ, ଟ୍ୟୁବ୍, ଏୟାର-କଣ୍ଡିସନିଂ ଏବଂ ବାୟୁଚଳନ ପ୍ରଣାଳୀ, କେବୁଲ୍ ଟ୍ରେ, ବାଡ଼, ଆସବାବପତ୍ର, ଡ୍ରମ୍ ଓ ବ୍ୟାରେଲ୍ ଏବଂ ଅନ୍ୟାନ୍ୟ ସାଧାରଣ ଇଞ୍ଜିନିୟରିଂ ବ୍ୟବହାର ସମେତ ବିଭିନ୍ନ ପ୍ରକାରର ପ୍ରୟୋଗରେ ବ୍ୟବହାର କରାଯାଇପାରିବ। ଏଏମ୍/ଏନ୍ଏସ୍ ଇଣ୍ଡିଆର ଉନ୍ନତ ଗାଲଭାନାଇଜିଂ କ୍ଷମତା ବ୍ୟବହାର କରି ପେଲିକାନ୍ ନିର୍ମାଣ କରାଯିବ ଏବଂ ଏହାକୁ ସାରା ଭାରତରେ କମ୍ପାନୀର ବ୍ୟାପକ ବଣ୍ଟନ ଏବଂ ଗ୍ରାହକ ନେଟୱାର୍କ ମାଧ୍ୟମରେ ଉପଲବ୍ଧ କରାଯିବ।

Leave A Reply

Your email address will not be published.