ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଶଙ୍କର କେରକେଟା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀ ଏବଂ ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁୀକାଳୀନ ଅଧିକାରୀ ଶ୍ରୀ ଲାବଣ୍ୟନ୍ଦୁ ମହାନ୍ତି ପରିଚାଳନା କରି ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ବିଭାଗର ପ୍ରସ୍ତାବ ଉପସ୍ଥାପନା କରିଥିଲେ । ଜିଲ୍ଲାପାଳ କହିଥିଲେ ଯେ ଗଜପତି ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟକୁ କିପରି ମୁକାବିଲା କରିବାକୁ ହେବ ଏବଂ ଯାହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବଦା ସତର୍କ ରହିବା ଆବଶ୍ୟକ ବୋଲି କହିବା ସହ ପ୍ରଶାସନ ସର୍ବଦା ସରକାରଙ୍କ ନିର୍ଦ୍ଦେଶ-ନାମାକୁ ପାଳନ କରି ପୂର୍ବପ୍ରସ୍ତୁତି ଓ ସଫଳତାର ସହ ମୁକାବିଲା କରିବାରେ ବହୁ ଦୃଷ୍ଟାନ୍ତ ରହିଛି ବୋଲି କହିବା ସହ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ କିପରି ପ୍ରସ୍ତୁତି କରିଛନ୍ତି ସେ ବିଷୟରେ ସବିଶେଷ ବିବରଣୀ ଉପରେ ଆଲୋଚନା କରିଥିଲେ।
ସେହିପରି ଅପହଞ୍ଚ ହିଲାକରେ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ଯଥା :- କିରୋସିନ , ମହମବତୀ , ଦିଆସିଲି ଏବଂ ଶୁଖିଲା ଖାଦ୍ୟ ପ୍ରଭୃତି ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ସେହିଭଳି ସମସ୍ତ ବ୍ଲକ , ତହସିଲ ଓ ସହରା ଅଞ୍ଚଳ ସ୍ତରରେ ପ୍ରଚୁର ପରିମାଣରେ ରିଲିଫ ସାମଗ୍ରୀ , ବନ୍ୟା ସମୟରେ ପ୍ରସୂତି ମହିଳାଙ୍କ ପାଇଁ ସ୍ଥାନାନ୍ତରଣ ଓ ଚିକିତ୍ସା ଯୋଗାଇ ଦେବା ଉପରେ ବିଶେଷ ଗୁରୁତ୍ବ ଦିଆ ଯାଇଥିଲା।
ସେହିପରି କ୍ଷୁଦ୍ର ଜଳସେଚନ ବିଭାଗ , ଜିଲ୍ଲା ଯୋଗାଣ ବିଭାଗ , ପୂର୍ତ୍ତ ବିଭାଗ , ଜନସ୍ୱାସ୍ଥ୍ୟ ବିଭାଗ , ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ବିଭାଗ , ସ୍ୱାସ୍ଥ୍ୟ ବିଭାଗ , ବନ ବିଭାଗ , ପ୍ରାଣୀ ସମ୍ପଦ ବିଭାଗ ଏବଂ ବିଦ୍ୟୁତ , ଟେଲିକମ ବିଭାଗ ପ୍ରଭୃତି ବିଭାଗ ଗୁଡିକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ନିଜ ନିଜର ଦାୟିତ୍ୱ ସମ୍ପର୍ଣ୍ଣ ଠିକ୍ ଭାବେ ସମ୍ପାଦନ କରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
ମୁଖ୍ୟତଃ ଏନଡିଆରଏଫ୍ , ଓଡ୍ରାଫ ଓ ଅଗ୍ନିଶମ ବିଭାଗ , ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ବହୁ ଗୁରୁଦାୟିତ୍ୱ ରହିଥିବା ବେଳେ ସେମାନେ ଧନଜୀବନକୁ ରକ୍ଷା କରିବା ପାଇଁ ସର୍ବଦା ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ ବୋଲି କୁହାଯାଇଥିଲା। ସେହିପରି ଆଞ୍ଚଳିକ ପରିବହନ ବିଭାଗ କିପରି ବିପର୍ଯ୍ୟୟ ସମୟରେ ବିଭିନ୍ନ ଯାତ୍ରୀବାହୀ ଓ ମାଲ ବୋଝଇ ଗାଡି ପ୍ରସ୍ତୁତି କରି ରଖିବେ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଗୋଷାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଏନ. ବୀରାରାଜୁ , ଆର.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମନାରାୟଣ ଶବର , ନୂଆଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମାଳତୀ ପ୍ରଧାନ , ରାୟଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ , କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବି.ସାୟାମା ଓ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର , ପାରଳାଖେମୁଣ୍ଡି ଓ କାଶୀନଗର ନିର୍ବାହୀ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଶେଷରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଲାବଣ୍ୟନ୍ଦୁ ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post