ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ବୁଧବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି , ଜିଲ୍ଲାସ୍ତରୀୟ ବିକାଶ ମେଳା , ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳା ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ।
ସରକାର ଗଠନର ଏକବର୍ଷ ଉପଲବ୍ଧିରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇ ବିକଶିତ ଓଡିଶା ପାଇଁ ପ୍ରଚେଷ୍ଟା ଅବ୍ୟାହତ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଗତ ଏକ ବର୍ଷ ମଧ୍ୟରେ କେଉଁ ସବୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଅଛି ତାହାକୁ ଲୋକଲୋଚନରେ ପ୍ରକାଶ କରିବା ଉଦ୍ଦେଶ୍ୟରେ ସମଗ୍ର ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଆୟୋଜିତ ହେଉଛି ବିକାଶ ମେଳା ଏବଂ ବିକାଶ ବାହନଯାତ୍ରା। ସରକାରଙ୍କ ଆଭିମୁଖ୍ୟ ରହିଛି ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣ ଅବଗତ ହେବେ ଏବଂ କେଉଁ ଯୋଜନାରୁ କିଭଳି ଲୋକେ ଉପକୃତ ହୋଇପାରିବେ ସେହି ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କୁ ବ୍ୟାପକ କରାଯିବ।
ଏହି ପରିପ୍ରେକ୍ଷୀରେ ଗଜପତି ଷ୍ଟାଡିୟମ୍ ଠାରେ ଆସନ୍ତା ତା.୧୪.୦୬.୨୦୨୫ ରିଖ ଠାରୁ ତା.୨୦.୦୬.୨୦୨୫ ରିଖପଯ୍ୟନ୍ତ ସାତ ଦିନ ଧରି ଆୟୋଜିତ ହେବ ଜିଲ୍ଲାସ୍ତରୀୟ ବିକାଶମେଳା , ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳା। ଏହି ମେଳାରେ ବିଭିନ୍ନ ଲାଇନ୍ ବିଭାଗ ସମେତ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ୭୭ ଗୋଟି ଷ୍ଟଲ ଗୁଡିକ ପ୍ରସ୍ତୁତ କରାଯାଉଛି। ପ୍ରତ୍ୟେକ ବିଭାଗ ପକ୍ଷରୁ ସମସ୍ତ ସେବା ପ୍ରଦାନ କରାଯାଉଅଛି ତାହା ଉକ୍ତ ଷ୍ଟଲ ଗୁଡିକରେ ଦର୍ଶାଇ ଦିଆଯିବ। ଏଥି ସହିତ ରାଜ୍ୟର ସମସ୍ତ ଜିଲ୍ଲାର ମହିଳା ସ୍ଵୟଂସହାୟିକା ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରିବଟା ହେବ। ମିଶନ୍ ଶକ୍ତି ମା ମାନଙ୍କ ଦ୍ଵାରା ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଓ ପ୍ରଦର୍ଶନ ହେବ। ପ୍ରତ୍ୟେକ ଦିନ ପୂର୍ବାହ୍ନରେ ବିଭିନ୍ନ ବିଭାଗ ଦ୍ଵାରା କର୍ମଶାଳା , ଆଲୋଚନା ଚକ୍ର ଏବଂ ପ୍ରଶିକ୍ଷଣ ଶିବିର ଆୟୋଜନ କରି ହିତାଧିକାରୀ ମାନଙ୍କୁ ପରାମର୍ଶ ପ୍ରଦାନ କରାଯିବ ଏବଂ ପ୍ରତ୍ୟେକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଏହା ସହିତ ଗଜପତି ଜିଳ୍ଲାର ୧୩୯ ଗୋଟି ଗ୍ରାମ୍ୟ ପଞ୍ଚାୟତରେ ବିକାଶ ବାହନ ଯାତ୍ରା ଭ୍ରମଣ କରିବ। ଏହି ବାହନଟି ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରିବ। ପଞ୍ଚାୟତରେ ପ୍ରଚାର ପ୍ରସାର ସମୟରେ ବିଭିନ୍ନ ବିଭାଗର ଜନହିତକର ସେବା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଅଛି।
ଆଧାରକାର୍ଡ ପଞ୍ଜିକରଣ , ରାଜସ୍ଵ ପଟ୍ଟା ପ୍ରଦାନ , କିଷାନ କ୍ରେଡିଟ୍ କାର୍ଡ ବଣ୍ଟନ , ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଜ୍ୟୋତି ଯୋଜନାର ଆବେଦନ ପ୍ରକ୍ରିୟା ସଚେତନତା ସହିତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ବାରା ଅନ୍ତୋଦୟ ଗୃହ ଯୋଜନା , ପ୍ରଧାନମନ୍ତ୍ରୀ ଜନମନ ଯୋଜନା , ଜବକା୍ର୍ଡ ବଣ୍ଟନ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ରାସନ୍ କାର୍ଡ , ଉଜ୍ଜଳା , କୃଷି ବିଭାଗ ଦ୍ବାରା ମୁଖ୍ୟମନ୍ତ୍ରୀ କିଷାନ ଯୋଜନା , ପ୍ରଧାନ ମନ୍ତ୍ରୀ କିଷାନ ଯୋଜନା , ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ଵାରା ବାସିନ୍ଦା , ଉତ୍ତରାଧିକାରୀ ପ୍ରମାଣ ପତ୍ର , ଆୟ , ଜାତିଗତ ପ୍ରମାଣ ପତ୍ର , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନା , ସିକିଲସେଲ୍ , ଯକ୍ଷ୍ମା , ଔଷଧ ସିଞ୍ଚନ କରାଯାଇଥିବା ମଶାରୀ ବଣ୍ଟନ , ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି , ଅନୁସୂଚୀତ ଜାତି ଓ ଜନଜାତିଙ୍କୁ ପଟ୍ଟା , ମାଧୋସିଂ ହାତଖର୍ଚ୍ଚ ଯୋଜନା , ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ସୁଭଦ୍ରା ଯୋଜନା , ମମତା ଯୋଜନା , ମିଶନ୍ ଶକ୍ତି ଦ୍ଵାରା ଲକ୍ଷପତି ଦିଦି , ଜଙ୍ଗଲ ଓ ପରିବେଶ ବିଭାଗ , ଯୋଗ୍ୟ ବିବେଚିତ ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରଦାନ କରାଯାଇ ସେମାନେ କିଭଳି ଆତ୍ମନିର୍ଭରଶୀଳ ହେବେ ସେଦିଗରେ ସଚେତନତା କରାଯିବ।
ଅର୍ଥ ବିଭାଗ ଦ୍ବାରା ଜନଧନ ଆକାଉଣ୍ଟ ଖୋଲିବା , ହସ୍ତତନ୍ତ ଓ ବୟନ ଦ୍ଵାରା ବୁଣାଳୀ ମାନଙ୍କୁ ପେନସନ୍ ଯୋଜନା , ଶ୍ରମ ଓ କର୍ମଚାରୀ ବୀମା ଯୋଜନା ଦ୍ଵାରା ଶ୍ରମ କାର୍ଡ , ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା , ଏମ୍ଏସ୍ଏମ୍ଇ ଦ୍ଵାରା ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା , କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ , ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କରାଯିବ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ , ଡେପୁଟି ସିଇଓ ଓରର୍ମାସ ଶ୍ରୀ ସୁବଳ ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post